32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୫ ଶାବକଙ୍କୁ ଜନ୍ମଦେଲା ମା’ ଚିତା ଗାମିନୀ

୫ ଶାବକଙ୍କୁ ଜନ୍ମଦେଲା ମା’ ଚିତା ଗାମିନୀ

କୁନୋ: ଗତ କିଛି ମାସ ମଧ୍ୟରେ ଜାତୀୟ ଉଦ୍ୟାନ କୁନୋ’ରେ ଚିତାଙ୍କ ଅସ୍ୱାଭାବିକ ମୃତ୍ୟୁ ଦେଶବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ରବିବାର ଏଠାରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଗାମିନୀ ନାମ୍ନୀ ଏକ ମା’ ଚିତା ଆଜି ୫ ଶାବକଙ୍କୁ ଜନ୍ମ ଦେଇଛି । ଫଳରେ କୁନୋ ଜାତୀୟ ଉଦ୍ୟାନରେ ଏବେ ମୋଟ୍ ଚିତାଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଏତଦ୍‌ବ୍ୟତୀତ ଭାରତରେ ଜନ୍ମହୋଇଥିବା ଚିତା ଛୁଆଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ ଯାଦବ ଆଜି ନିଜ ଅଫିସିଆଲ ଏକ୍ସ’ରେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେବା ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଫଟୋରେ ମା’ ଗାମିନୀ ନିଜ ଶାବକଙ୍କୁ ଗେହ୍ଲା କରୁଥିବାର ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ୫ ବର୍ଷୀୟା ଗାମିନୀ ଆଜି ଜାତୀୟ ଉଦ୍ୟାନ କୁନୋ ପାଇଁ ଏକ ବୃହତ୍ ଖୁସିଖବର ଆଣି ଦେଇଛି । ଗାମିନୀ ୫ଟି ଚିତା ଶାବକଙ୍କୁ ଜନ୍ମଦେଇଛି । ଏବେ ମା’ ଗାମିନୀ ଏବଂ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ଏହି ଅବସରରେ ବିଦେଶରୁ ଅଣାଯାଇଥିବା ଏହି ଚିତାଙ୍କ ପାଇଁ ଉପଯୁକ୍ତ ପରିବେଶ ସୁନିଶ୍ଚିତ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଜଙ୍ଗଲ ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ କ୍ଷେତ୍ର କର୍ମଚାରୀଙ୍କ ଟିମ୍‌କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟା ବଳରେ ୨ଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରୁ ସମୁଦାୟ ୨୦ଟି ଚିତା ଜାତୀୟ ଉଦ୍ୟାନ କୁନୋକୁ ଅଣାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୭ ଚିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇଛି । ଅନ୍ୟପକ୍ଷେ ଭାରତ ଆସିବା ପରେ କେତେକ ଚିତା ମାତୃତ୍ୱ ଲାଭ କରିବା ସହ ଚିତା ଶାବକଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏମାନଙ୍କ ମଧ୍ୟରୁ କେତେକ ଶାବକ ମଧ୍ୟ ପ୍ରାଣ ହରାଇଥିଲେ । ତେବେ ଗତକାଲି ସୁଦ୍ଧା କୁନୋରେ ମୋଟ୍ ୮ଟି ଚିତା ଛୁଆ ରହିଥିବା ବେଳେ ଆଜିର ଏହି ୫ ନବଜନ୍ମିତ ଶାବକଙ୍କୁ ମିଶାଇ ଏମାନଙ୍କ ସହ ୧୩କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking