30.1 C
Bhubaneswar
Friday, April 26, 2024
Homeଅପରାଧପୁଣ୍ୟର ରାତି ଜାଗରରେ ପାପ : ମହିଳାଙ୍କୁ ଗଣ ଦୁଷ୍କର୍ମ

ପୁଣ୍ୟର ରାତି ଜାଗରରେ ପାପ : ମହିଳାଙ୍କୁ ଗଣ ଦୁଷ୍କର୍ମ

ଭଦ୍ରକ: ଗତକାଲି ମହାଶିବରାତ୍ରୀ ଥିବା ବେଳେ ସବୁ ଶୈବ ପୀଠ ଖୁବ ଉତ୍ସବମୁଖର ହୋଇଥିଲା। ଲୋକେ ଭଗବାନ ଶିବଙ୍କ ପାଇଁ ଉପବାସ କରି ଜାଗର କରିବା ସହ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। କିନ୍ତୁ ଭଦ୍ରକରେ ଜଣେ ମହିଳା ଶିବ ମନ୍ଦିର ଯାଇଥିବା ବେଳେ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ କଲେ ୨ ଅଜଣା ଯୁବକ ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଥିବା ବେଳେ ଏତଲା ରଖି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ।।
ସୁଚ ଅନୁଯାଇ ପୀଡ଼ିତା ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ। ସେଠାରୁ ପୂଜ‌ା କରି ଘରକୁ ଫେରୁଥିବା ବେଳେ ଦୁଇ ଅଜଣା ଯୁବକ ତାଙ୍କୁ ଏକ ଜନଶୂନ୍ୟସ୍ଥାନକୁ ଟେକି ନେବା ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜୋରରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କୁ ଆସିବା ଦେଖି ଧରା ପଡ଼ିଯିବା ଡ଼ରରେ ୨ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ପୀଡ଼ିତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଭଣ୍ଡାରିପୋଖାରୀ କମ୍ୟୁନିଟି ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking