26.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନରାକ୍ଷୀ ସାୱନ୍ତଙ୍କ ପତି ଆଦିଲ୍ ଦୁରାନୀ ଗିରଫ

ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ୍ ଦୁରାନୀ ଗିରଫ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ୍ ଖାନ୍ ଦୁରାନୀଙ୍କୁ ମୁମ୍ବାଇର ଓଶିୱାରା ପୁଲିସ ମଙ୍ଗଳବାର ଗିରଫ କରିଛି । ରାକ୍ଷୀ ସୋମବାର ତାଙ୍କ ବିରୋଧରେ ଏକ୍ସଟ୍ରାମାରିଟାଲ୍ ଆଫେୟାର୍ ଏବଂ ଫ୍ରଡ ଅଭିଯୋଗରେ ଏଫ୍‌ଆଇଆର୍ ରୁଜୁ କରିଥିଲେ । ଏହାପରେ ମଙ୍ଗଳବାର ପୁଲିସ ଆଦିଲ୍‌ଙ୍କୁ ରାକ୍ଷୀଙ୍କ ଘରୁ ଗିରଫ କରିଛି । ଏଫ୍‌ଆଇଆର୍‌ରେ ରାକ୍ଷୀ ଅଭିଯୋଗ କରିଛନ୍ତି ଯେ ବିବାହ ନାମରେ ସମସ୍ତ ଗହଣା ଏବଂ ଅର୍ଥ ନେଇଯାଇଛନ୍ତି । ଏଫ୍‌ଆଇଆର୍ ପୂର୍ବରୁ ଏକ ପ୍ରେସ୍ କନ୍‌ଫରେନ୍ସରେ ଆଦିଲ୍ ତାଙ୍କ ଘରର ଚାବି ଛଢ଼ାଇ ନେଇଥିବା ବେଳେ ଫେରାଇବାକୁ ମନା କରୁଥିବା ସେ କହିଥିଲେ । ରାକ୍ଷୀ ଆହୁରି କହିଥିଲେ ଯେ ବହୁ ସମୟ ଧରି ଆଦିଲ୍ ତାଙ୍କୁ ଟର୍ଚର୍ କରୁଛି । ଆଦିଲ୍ ବଲିଉଡ୍‌ରେ ନାମ କରିବା ନିମନ୍ତେ ତାଙ୍କ ନାମର ବ୍ୟବହାର କରିଛି । ଏବେ ଆଦିଲ୍ ତାଙ୍କଠାରୁ ଅଲଗା ହୋଇ ଗାର୍ଲଫ୍ରେଣ୍ଡ୍ ତନୁ ସହିତ ରହୁଥିବା ମଧ୍ୟ ସାକ୍ଷୀ ଅଭିଯୋଗ କରିଛନ୍ତି । ରାକ୍ଷୀ ସାୱନ୍ତ ଓ ଆଦିଲ୍ ଦୁରାନୀ ଗତବର୍ଷ ଜୁଲାଇରେ କୋର୍ଟ ମ୍ୟାରେଜ୍ କରିଥିଲେ । କର୍ଣ୍ଣାଟକ ନିବାସୀ ଆଦିଲ୍‌ଙ୍କ କାର୍ ବ୍ୟବସାୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking