35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମହାରାଷ୍ଟ୍ର କଂଗ୍ରେସ ନେତା ବାଲାସାହେବ ଥୋରାଟ୍‌ଙ୍କ ଇସ୍ତଫା

ମହାରାଷ୍ଟ୍ର କଂଗ୍ରେସ ନେତା ବାଲାସାହେବ ଥୋରାଟ୍‌ଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ୍ ବିଧାୟକ ଦଳ ନେତା ସମେତ ପାର୍ଟିର ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଦେଶ ଅଧ୍ୟକ୍ଷ ନାନା ପଟୋଲେଙ୍କ ସହିତ ସେ କାମ କରିପାରିବେ ନାହିଁ ବୋଲି ସୋମବାର କେନ୍ଦ୍ରୀୟ ନେତୃତ୍ୱକୁ ପତ୍ର ଲେଖି ଜଣାଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଲେଖିଥିବା ପତ୍ରରେ କୌଣସି ନିଷ୍ପତ୍ତି ପୂର୍ବରୁ ତାଙ୍କ ସହିତ ଆଲୋଚନା କରାଯାଉ ନଥିବା ପୂର୍ବତନ ପାର୍ଟି ପ୍ରଦେଶାଧ୍ୟକ୍ଷ ଏବଂ ମନ୍ତ୍ରୀ ଥିବା ଥୋରାଟ୍ ଅଭିଯୋଗ କରିଥିଲେ । ଅସଲରେ ପୂର୍ବତନ ଏମ୍‌ଏଲ୍‌ସି ତଥା ଥୋରାଟ୍‌ଙ୍କ ଭିଣୋଇ ସୁଧୀର ତାମ୍ବେଙ୍କୁ ନାସିକ ଗ୍ରାଜୁଏଟ୍ ଆସନରୁ ପାର୍ଟି ଟିକେଟ୍ ଦେଇଥିଲା । ତେବେ ସେ ନିର୍ବାଚନ ଲଢ଼ିବାକୁ ମନାକରି ପୁଅ ସତ୍ୟଜିତ ତାମ୍ବେଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା କରାଇଥିଲେ ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ । ଏହାପରେ ସୁଧୀର ତାମ୍ବେ ଏବଂ ସତ୍ୟଜିତ୍ ତାମ୍ବେଙ୍କୁ କଂଗ୍ରେସ ପାର୍ଟିରୁ ନିଲମ୍ବିତ କରିଥିଲା । ଏହାକୁ ନେଇ ଥୋରାଟ୍ ଅସନ୍ତୁଷ୍ଟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking