35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହାଜତରେ ମହିଳାଙ୍କ ଭର୍ଜିନିଟି ଟେଷ୍ଟ୍ ଅସାମ୍ବିଧାନିକ: ଦିଲ୍ଲୀ ହାଇକୋର୍ଟ

ହାଜତରେ ମହିଳାଙ୍କ ଭର୍ଜିନିଟି ଟେଷ୍ଟ୍ ଅସାମ୍ବିଧାନିକ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଚାର ବିଭାଗୀୟ କିମ୍ବା ପୁଲିସ ହାଜତରେ ବନ୍ଦ ମହିଳାଙ୍କ ଭର୍ଜିନିଟି ଟେଷ୍ଟ୍ ଅସାମ୍ବିଧାନିକ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ସିଷ୍ଟର୍ ସେଫିଙ୍କ ଆବେଦନର ଶୁଣାଣି ବେଳେ ମଙ୍ଗଳବାର କୋର୍ଟ ଏହି ଟିପ୍ପଣୀ କରିଛନ୍ତି । ଏହି ଆବେଦନ ୨୦୦୯ରେ ଦାୟର କରାଯାଇଥିଲା । ଜଣେ ନନ୍ ଅଭୟାଙ୍କ ହତ୍ୟା ମାମଲାରେ ୧୯୯୨ରେ ସିଷ୍ଟର ସେଫି ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୮ ବର୍ଷୀୟା ନନ୍ ସିଷ୍ଟର ଅଭୟା ୧୯୯୨ ମାର୍ଚ୍ଚ ୨୭ ତାରିଖରେ କେରଳର କୋଟ୍ଟାୟମ ସେଣ୍ଟ୍ ପିୟସ୍ ଏକ୍ସ କନ୍‌ଭେଣ୍ଟ୍ ହଷ୍ଟେଲ୍ କୂଅରୁ ମୃତ ଅବସ୍ଥାରେ ମିଳିଥିଲେ ।

ତାଙ୍କ ହତ୍ୟା ଅଭିଯୋଗରେ ଫାର୍ କୋଟ୍ଟୁର୍ ଏବଂ ସିଷ୍ଟର୍ ସେଫିଙ୍କୁ ସିବିଆଇ ସ୍ପେଶାଲ୍ ସିବିଆଇ କୋର୍ଟ ୨୦୨୦ ଡିସେମ୍ବରରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଅବଶ୍ୟ କେରଳ ହାଇକୋର୍ଟ ଏହି ଦଣ୍ଡକୁ ନିଲମ୍ବିତ କରିଦେଇଥିଲେ । ସିବିଆଇ ତଦନ୍ତ ବେଳେ ସେଫି ଏବଂ କୋଟ୍ଟୁର୍‌ଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଥିବା ଜଣାପଡ଼ିଥିଲା । ଏହାକୁ ଲୁଚାଇବା ପାଇଁ ଦୁହେଁ ଅଭୟାଙ୍କୁ ହତ୍ୟା କରିଥିଲେ । ଏହି ତଦନ୍ତକୁ ପ୍ରମାଣିତ କରିବା ନିମନ୍ତେ ସିବିଆଇ ସିଷ୍ଟର୍ ସେଫିଙ୍କ ଭର୍ଜିନିଟି ଟେଷ୍ଟ୍ କରାଇଥିଲା ।

ଏହି ଟେଷ୍ଟ୍ ଫଳାଫଳ ଆଧାରରେ କୋର୍ଟ ଦଣ୍ଡାଦେଶ ପ୍ରଦାନ କରିଥିଲେ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା କହିଛନ୍ତି, ହାଜତରେ ଥିବା ବ୍ୟକ୍ତିଙ୍କ ମୌଳିକ ଆତ୍ମସମ୍ମାନ ବଜାୟ ଖରାଯିବା ଉଚିତ । ମାତ୍ର ଏହି ମାମଲାରେ ଏହାର ଅନାଦର କରାଯାଇଛି । ନିଜ ମୌଳିକ ଅଧିକାରର ହନନ ବିରୋଧରେ ସିଷ୍ଟର୍ ସେଫି କ୍ଷତିପୂରଣ ଦାବି କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking