28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ଲାଗିଲା ରଜ କଟକଣା

ଭୁବନେଶ୍ୱରରେ ଲାଗିଲା ରଜ କଟକଣା

ଭୁବନେଶ୍ୱର: ରାତି ପାହିଲେ ରଜ । କୁଆଁରୀ ଯୁବତୀମାନେ ଆଜି ସଜବାଜ ହୋଇଥିବା ବେଳେ ଆସନ୍ତା କାଲି ନୂଆ ଡ୍ରେସ ପିନ୍ଧି ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ଲଗାଇ ରଜ ପର୍ବ ପାଳନ କରିବେ । ହେଲେ ସବୁ ବର୍ଷ ଭଳି ଚଳିତ ଥର ରଜ ପର୍ବ କେହି ଧୂମଧାମରେ ପାଳନ କରିପାରିବେ ନାହିଁ । ଖୋର୍ଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନି । ବିଭିନ୍ନ କ୍ରୀଡା, ତାସ ଖେଳ ଓ ରଜ ଦୋଳି ପ୍ରତିଯୋଗୀତା ଉପରେ ବି କଟକଣା ଜାରି ହୋଇଛି । ଆସନ୍ତାକାଲିଠାରୁ ୧୬ ତାରିଖ ଯାଏଁ ଖୋର୍ଦ୍ଧା ଜିଲ୍ଲାପାଳ କଟକଣା ଜାରି କରିଛନ୍ତି ।
ସେହିଭଳି ମହାମାରୀ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି କଟକଣା ଲଗାଇଛି । ସାମୂହିକ ସମାବେଶ, ରଜ ଦୋଳି, ବାଗୁଡି, ମେଳ ହୋଇ ତାସ୍ ଖେଳ ଉପରେ ପ୍ରତିବନ୍ଧକ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking