30.1 C
Bhubaneswar
Wednesday, April 24, 2024
Homeକରୋନାକରୋନା ସଂକ୍ରମିତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମିତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନୀ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ୬୭ ବର୍ଷୀୟ ଗିଲାନୀ ଏକ ଦୁର୍ନୀତି ମାମଲାର ଶୁଣାଣିରେ ଯୋଗ ଦେବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପିପିପି ପାର୍ଲିଆମେଣ୍ଟାରୀ ଲିଡର ଶେରି ରେହମାନ ତାଙ୍କର ଆଶୁ ଆରୋଗ୍ୟ କାମନା ନେଇ ଟ୍ୱିଟ କରିଛନ୍ତି । ତେବେ ଆଜି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ୍ ଆଫ୍ରିଦ ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସାରା ବିଶ୍ୱରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବ୍ୟାପକମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏବେ ସମସ୍ତେ ଅସମର୍ଥ । ଭାରତରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସ୍ଥିତି ଏବେ ସଙ୍ଗୀନ ରହିଛି ।
https://onakhabar.com/2020/06/13/shahid-afridi-tests-positive-for-covid-19/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking