30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୧୪ ଦିନ ପାଇଁ ଜେଲ କଷ୍ଟଡିରେ ଗଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା

୧୪ ଦିନ ପାଇଁ ଜେଲ କଷ୍ଟଡିରେ ଗଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ଜେଲ କଷ୍ଟଡିରେ ପଠାଯାଇଛି । ମୁମ୍ବାଇ ପୋଲିସର କ୍ରାଇମ ବ୍ରାଂଚ ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ରାତିରେ ଗିରଫ କରିଥିଲା । ତାଙ୍କ ଉପରେ ଅଶ୍ଳିଳ ଫିଲ୍ମ ନିର୍ମାଣ କରିବାର ଅଭିଯୋଗ ରହିଛି । ଏହାପରେ କୋର୍ଟ ପ୍ରଥମେ ରାଜଙ୍କୁ ୨୩ ଜୁଲାଇ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଥିଲେ । ଏହାପରେ ପୁଣି ଏହା ୨୭ ଜୁଲାଇକୁ ବୃଦ୍ଧି କରାଯାଇଥିଲା । ଆଜି କୋର୍ଟ ତାଙ୍କୁ ଜେଲ କଷ୍ଟଡିକୁ ପଠାଇ ଦେଇଛନ୍ତି ।
ପୁଲିସ କୋର୍ଟରେ କହିଛି ଯେ, ରାଜ କୁନ୍ଦ୍ରାଙ୍କ ସିଟି ବ୍ୟାଙ୍କ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ ଆକାଉଣ୍ଟ ଫ୍ରିଜ କରାଯାଇଛି । କୋଟକ ମହିନ୍ଦ୍ରା ବ୍ୟାଙ୍କରେ ୧ କୋଟି ୧୩ ଲକ୍ଷ ଜମା ରହିଛି । ଆପଣଙ୍କୁ କହିରଖୁଛୁ, ଏହି ମାମଲାରେ ଅନେକ ଗିରଫ ହୋଇସାରିଛନ୍ତି । ମୁମ୍ବାଇ ପୋଲିସ ଏଯାଏଁ ରାଜ କୁନ୍ଦ୍ରାଙ୍କ ସମେତ ୧୦ ଜଣଙ୍କୁ ପର୍ଣ୍ଣ ଫିଲ୍ମ ନିର୍ମାଣରେ କଥିତ ସଂଲିପ୍ତତା ଓ ତାକୁ ମୋବାଇଲ ଆପ ମାଧ୍ୟମରେ ପ୍ରସାରିତ କରିବା ଆରୋପରେ ଗିରଫ କରାଯାଇଛି । ଏହି ମାମଲା ଚଳିତବର୍ଷ ଫେବୃୟାରୀରେ ସାମ୍ନାକୁ ଆସିଥିଲା । ଜଣେ ଅଭିନେତ୍ରୀ ପୁଲିସ ନିକଟରେ ମାମଲା ରୁଜୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking