27.1 C
Bhubaneswar
Thursday, April 25, 2024
Homeଓଡିଶାଉଠିବନି ମାଷ୍ଟର କ୍ୟାଣ୍ଟିନ ଘୋଡା

ଉଠିବନି ମାଷ୍ଟର କ୍ୟାଣ୍ଟିନ ଘୋଡା

ଭୁବନେଶ୍ୱର: ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥାପତ୍ୟ ଘୋଡା । ବିବାଦ ଓ ସମାଲୋଚନା ପରେ ବଦଳିଛି ସରକାରୀ ନିଷ୍ପତ୍ତି । ଘୋଡା ସ୍ଥାନାନ୍ତର ହେବନି ବୋଲି କହିଛନ୍ତି ବିଏମସି କମିଶନର । ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ତେବେ ଘୋଡା ହଟାଯିବା ପ୍ରସଙ୍ଗକୁ ନେଇ ପ୍ରବଳ ବିରୋଧ ହୋଇଥିଲା । କଂଗ୍ରେସ ସହ ବହୁ ସଂଗଠନ ଘୋଡା ସ୍ଥାନାନ୍ତରକୁ ବିରୋଧ କରିଥିଲେ ।

ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକରେ ଦେଖାଯିବ ନାହିଁ। ସେଥିପାଇଁ ମାଷ୍ଟରକ୍ୟାଣ୍ଟିନ ଥିବାରୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା ବୋଲି ପୂର୍ବରୁ କହିଥିଲେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ।

ରାଜଭବନର ଗୋଲେଇ ଛକରେ ଏହି ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତିକୁ ସ୍ଥାପନ କରାଯିବାର ଥିଲା । ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା । ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତିର ନିର୍ଣାଣ କରିଥିଲେ । ସେପଟେ ମାଷ୍ଟରକ୍ୟାଣ୍ଟିନରେ ଏହି ଘୋଡା ଓ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତରକୁ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ମୂର୍ତ୍ତିର ସ୍ଥାନାନ୍ତରକୁ ବିରୋଧ ଜଣାଇ ପ୍ରତିବାଦ କରିଥିଲେ ବିଜେପି କର୍ମୀ । ମୂର୍ତ୍ତି ସ୍ଥାନାନ୍ତର ବନ୍ଦ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ କହିଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking