32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବର୍ଷାରେ ଭାସିଲା ହାଇଦ୍ରାବାଦ ସହର

ବର୍ଷାରେ ଭାସିଲା ହାଇଦ୍ରାବାଦ ସହର

ହାଇଦ୍ରାବାଦ: ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଞ୍ଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସନ୍ଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ହାଇଦ୍ରାବାଦ ଓଲ୍ଡ ସିଟି ସହ ତଳିଆ ଅଞ୍ଚଳ ଜଳ ମଗ୍ନ ହୋଇ ପଡିଥିଲା । ତେବେ ବର୍ଷା ପରେ ବନସ୍ଥଳୀପୁରମ ଅଞ୍ଚଳରେ ୨ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଚିନ୍ତଲକୁଣ୍ଟା ଅଞ୍ଚଳରେ ଗୋଟିଏ ଲୋକ ପାଣି ସୁଅରେ ଭାସି ଯାଇଥିଲା ତେବେ ଲୋକେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ସହରର ବାନାସ୍ଥାଲିପୁରମରେ ଭାସି ଯାଇଥିବା ଦୁଇ ଜଣ ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ପୋଲିସ କହିଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ଲୋକଙ୍କ ଘର ଭିତରକୁ ପଶିଯାଇଥିଲା ବର୍ଷା ପାଣି ବିଭିନ୍ନ ସାହିରେ ପାଣି ପଶିଯିବା ସହ ଦୋକାନ ଗୁଡିକରେ ମଧ୍ୟ ପାଣି ପଶି ଯାଇଥିଲା । ବର୍ଷା ପାଣିର ସୁଅରେ ଏକ ମାଲବାହୀ ଅଟୋ ମଧ୍ୟ ଭାସି ଯାଇଥିଲା ପ୍ରବଳ ବର୍ଷାରୁ ନାଳ ଗୁଡିକରେ ନଦୀ ସୁଅ ଭଳି ପାଣି ଚାଲିଥିଲା । ସେହିପରି ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ ପାଣି ଲହରୀ ଭାଙ୍ଗୁଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ହାଇଦ୍ରାବାର ଓଲ୍ଡ ସିଟିରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ ଭିତରେ ବର୍ଷା ଜଳ ପ୍ରବେଶ କରିବା ଦ୍ୱାରା ସାଂଘାତିକ ସ୍ଥିତି ସୃଷ୍ଟି କରିଛ । ବର୍ଷା ପାଣି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାରୁ ଲୋକମାନେ ଚେୟାର ଉପରେ ଗୋଡ଼କୁ ଟେକି ଖାଦ୍ୟ ଖାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking