31.1 C
Bhubaneswar
Tuesday, May 7, 2024
Homeଓଡିଶାଜଙ୍ଗଲୀ ଘାଟି ରାସ୍ତାରେ ଦୋଳାରେ ବୁହା ହେଲେ ଗର୍ଭବତୀ

ଜଙ୍ଗଲୀ ଘାଟି ରାସ୍ତାରେ ଦୋଳାରେ ବୁହା ହେଲେ ଗର୍ଭବତୀ

ଗଞ୍ଜାମ : ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଠଣା ଗ୍ରାମର ଜଣେ ଗର୍ଭବତୀ ଆଜି ଦୋଳାରେ ବୁହା ହୋଇ ଡାକ୍ତରଖାନା ଯାଇଥିବା ଜଣାଯାଇଛି । ଗ୍ରାମର ଭାସ୍କର କାର୍ଯୀଙ୍କ ପତ୍ନୀ ପ୍ରମିଳା କାର୍ଯ୍ୟଙ୍କ ଆଜି ସକାଳେ ଗର୍ଭ ବେଦନା ହୋଇଥିଲା । ଫଳରେ ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ବାଣିଆଖାଲ ପର୍ଯ୍ୟନ୍ତ ଜଙ୍ଗଲ ଘାଟି ରାସ୍ତାରେ ଦୋଳା ଯୋଗେ ବୋହି ଆଣି ଥିଲେ । ସେଠାରୁ ଏକ ଅଟୋ ଭଡା କରି ଜରଡା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗ୍ରାମଟି ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମକୁ ସୁରଙ୍ଗୀ ମନ୍ଦରଡ । ରାସ୍ତାର ଷୋଳଭାଗ ପେଣ୍ଠ ନିକଟରୁ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ସେହି ରାସ୍ତାରେ ଡାକ୍ତରଖାନା ପ୍ରାୟ କୋଡିଏ କିଲୋମିଟର ଦୂରତା ହେଉଛି । ତେବେ ଗ୍ରାମ ଠାରୁ ଜରଡା ତିନି କିଲୋମିଟର ଦୂର ହୋଇଥିବା ବେଳେ ନିର୍ମାଣ ଚାଲିଥିବା ରାସ୍ତା ଜରଡାକୁ ସଂଯୋଗ ହେବ ଲକ୍ଷ ରହିଛି । ଗ୍ରାମର ଦୁଇ ଉତ୍ସାହୀ ଯୁବକ ଯୁକ୍ତ ତିନି ଛାତ୍ର ଦିନବନ୍ଧୁ ଡାକୁଆ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ମନୋରଞ୍ଜନ ବଡମୁଣ୍ଡି ତାଙ୍କୁ ପାହାଡ଼ ତଳ ତିନିକିଲୋମି ବୋହି ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking