33.1 C
Bhubaneswar
Monday, May 6, 2024
Homeଓଡିଶାମୌଳିକ ସୁବିଧା ନପାଇ ହନ୍ତସନ୍ତ ଗ୍ରାମବାସୀ

ମୌଳିକ ସୁବିଧା ନପାଇ ହନ୍ତସନ୍ତ ଗ୍ରାମବାସୀ

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ । ଏହିଭଳି ସମସ୍ୟା ଦେଖାଦେଇଛି ରାଜ୍ୟର ଗଞ୍ଜାମ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୋଚ୍ଛା ପଞ୍ଚାୟତର ଦୁଲାବନ୍ଧ ଗାଁରେ ବର୍ଷ ବର୍ଷ ହେଲା ଏଠି ଲୋକେ ଜିଉଁଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ପକ୍କା ରାସ୍ତା ନଥିବାରୁ କାଦୁଅ ରାସ୍ତାରେ ଯିବା ଆସିବା କରୁଛନ୍ତି ଲୋକେ । ୨ ଟି ନଳକୂଅ ରହିଛି, କିନ୍ତୁ ଗୋଟିଏ ଅଚଳ । ଅନ୍ୟଟିରୁ ବାହାରୁଛି ଗୋଳିଆ ପାଣି । ଫଳରେ ଗାଁଲୋକେ ନଈନାଳରୁ ପାଣି ଆଣୁଛନ୍ତି । ସେହିଭଳି ଆବାସ ଯୋଜନାରେ ଜଣେ ଦୁଇଜଣଙ୍କୁ ଛାଡିଦେଲେ ବାକି ସବୁ ଘର ଚାଳ ଘର । ବିଜୁଳି ଅଛି ସତ, ହେଲେ ସେ ବି ଲୁଚକାଳି ଖେଳୁଛି । ସେହିପରି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କୀର୍ତ୍ତନପୁର ଗାଁରେ ବି ମୌଳିକ ସମସ୍ୟା ଭୋଗୁଛନ୍ତି ଲୋକେ । ଜିଲ୍ଲାର ବାମ୍‌, କେରେଜୋଳି ଏବଂ କଣ୍ଟାପାଳ ପଂଚାୟତ ମଝିରେ ଥିବା ଏହି ଗାଁକୁ ନାହିଁ ରାସ୍ତା ବା ପାଣି ସୁବିଧା । ଭଗାମୁଣ୍ଡା-ଝାଂଜିରିବେରେଣା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ଟିକେ ବର୍ଷା ହେଲେ ଯାତାୟତ ବନ୍ଦ । ଏନେଇ ସ୍ଥାନୀୟଲୋକେ ବାରମ୍ବାର ଥାନା ଅଧିକାରୀଙ୍କୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ଅନ୍ୟପଟେ ମୟୂରଭଞ୍ଚ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ବୋରିଂ ଓ ଆମ୍ବବେଡା ଗାଁରେ ବି ଲୋକେ ପାଣି ମୁନ୍ଦାଏ ପାଇଁ କରୁଛନ୍ତି ସଂଘର୍ଷ । ୨ଟି ଗାଁର ୩୪୪ ପରିବାର ପାଇଁ ଓଭରହେଡ ଟ୍ୟାଙ୍କ କରାଯାଇଛି । ସମସ୍ତ ସାହିକୁ ପାଇପ୍ ବିଛା ଯାଇଛି ହେଲେ କେବଳ ଗୋଟିଏ ସାହିକୁ ଛାଡିଦେଲେ ଅନ୍ୟ ୪ଟି ସାହିକୁ ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମୁଳୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking