30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମାନବିକ ଅଧିକାର ଉଲଂଘନ କରୁଛି ଆମେରିକା : ସିଡିପିଏଚଆର ରିପୋର୍ଟ

ମାନବିକ ଅଧିକାର ଉଲଂଘନ କରୁଛି ଆମେରିକା : ସିଡିପିଏଚଆର ରିପୋର୍ଟ

ୱାସିଂଟନ୍ :ଆମେରିକା ସାରା ଦୁନିଆକୁ ଭେଦଭାବ ନ କରିବାକୁ ପରାମର୍ଶ ଦେଇଥାଏ । କିନ୍ତୁ ଆମେରିକାର ଗଣମାଧ୍ୟମ ସଂସ୍ଥା ଠୁ ନେଇ ଶିକ୍ଷାନୁଷ୍ଠାନ ରେ ଶିକ୍ଷିତ ହୋଇଥିଲେ ମଧ୍ୟ ଅଶ୍ୱେତ ମାନଙ୍କୁ ଚାକିରି ମିଳି ନ ଥାଏ । ସମଗ୍ର ବିଶ୍ୱକୁ ମାନବଅଧିକାରର ଶିକ୍ଷା ଦେଉଥିବା ଆମେରିକାରର ଏବେ ଏସଲ ମୁଖା ଖୋଲି ଯାଇଛି । ମାନବ ଅଧିକାର ଉଲଂଘନ ନାମରେ ଅନେକ ଦେଶ ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ମାନବ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ସଂଗଠନ ସେଣ୍ଟର ଫର ଡେମୋକ୍ରାସି , ପ୍ଲୁରାଲିଜିମ ଆଣ୍ଡ ହ୍ୟୁମାନ ରାଇଟସ୍ (ସିଡିପିଏଚଆର ) ଆମେରିକାର ମାନବିକ ଅଧିକାରର ଉଲଂଘନ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରଛି । ଏହି ରିପୋର୍ଟ ଆମେରିକାର ସମସ୍ତ ଦାବିକୁ ପ୍ରକାଶ କରିଛି । ଯାହା ଆଧାରରେ ଏହା ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ବର୍ଣ୍ଣନା କରୁଛି । ସିଡିପିଏଚଆର ରିପୋର୍ଟରେ କୁହାଯାଇଛି କି , ଆମେରିକାର ସମ୍ବିଧାନ କିପରି ଦାସତ୍ୱକୁ ସମର୍ଥନ କରୁଛି । ଦାସତ୍ୱକୁ ସମର୍ଥନ କରି ତିଆରି ହୋଇଥିବା ସମ୍ବିଧାନର କିଛି ଅଂଶ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇ ନାହିଁ । ତେବେ ଏହାର ରିପୋର୍ଟ ଅନୁଯାୟୀ ଆମେରିକାର ସମ୍ବିଧାନ ର ୪ର୍ଥ ଆଟିର୍କିଲ ର ତୃତୀୟ କ୍ଲଜରେ ରେ ଗୁଲାମ କରୁଥିବା ବ୍ୟକ୍ତି ଗୁଲାମ ଙ୍କ ସହ ରହିବାର ଅଧିକାର ରହିଛି ବୋଲି ଉଲ୍ଲେଖ କରାଯାଇଛି । ସିଡିପିଏଚଆରର ରିପୋର୍ଟ ଅନୁଯାୟୀ ଆମେରିକାର କାର୍ଲିଫନିଆ ଏବଂ ନ୍ୟୁୟର୍କ ପ୍ରଦେଶର ସମ୍ବିଧାନରେ ଏପରି ବ୍ୟବସ୍ଥା ରହିଛି ଯାହା ଆମେରିକାର ମୂଳ ଅଧିବାସୀ ଅର୍ଥାତ ରେଡ ଇଣ୍ଡିଆନ୍ସ ଙ୍କୁ ରହିବା ପାଇଁ ଘର ମଧ୍ୟ ଦେଉନାହିଁ । ଆମେରିକା ନିଜକୁ ବିଶ୍ୱର ସବୁଠୁ ପୁରୁଣା ଲୋକତନ୍ତ୍ର ବୋଲି ଦାବି କରୁଛି । କିନ୍ତୁ ରିପୋର୍ଟ ଅନୁଯାୟୀ ଆମେରିକାର ଆଇନ ଏବଂ ସେଠାରେ ଥିବା ଅଦାଲତ ନ୍ୟାୟ ପ୍ରଦାନ ପାଇଁ ଥିବା କୋର୍ଟ ନିଜେ ଜାତିଭେଦର ଗଡ ତିଆରି କରିଥାନ୍ତି ।
ଜାତି ଭେଦର ଗଡ ହେଉଛି ଆମରେିକା । ୧୯୯୪ ରେ ଆମେରିକାରେ ଏକ ଆଇନ ପ୍ରଣୟନ କରାଯାଇଥିଲା । ଯେଉଁଥିରେ ଆମେରିକାରେ ଅପରାଧ କରିଥିଲେ ମଧ୍ୟ ଅଶ୍ୱେତଙ୍କ ଅଧିକ ଦଣ୍ଡ ମିଳିଥାଏ । କିନ୍ତୁ ଆମେରିକା ଏପରି ଏକ ସ୍ଥାନ ଯେଉଁଠିକି ଗୋରା ବା ଶ୍ୱେତ ଲୋକମାନଙ୍କୁ ବଡ ବଡ ପଦବୀ ମିଳଥିବା ବେଳେ କୃଷ୍ଣକାୟ ମାନଙ୍କୁ କିରାଣୀ ଚାକିରି ମଧ୍ୟ ମିଳି ନ ଥାଏ । ରିପୋର୍ଟ ଅନୁଯାୟୀ ଭେଦଭାବ ନ କରିବାକୁ ଆମେରିକା ସମଗ୍ର ବିଶ୍ୱକୁ ପରାମର୍ଶ ଦେଇଥାଏ କିନ୍ତୁ ଶିକ୍ଷାନୁଷ୍ଠାନରେ ଶିକ୍ଷିତ ହୋଇଥିଲେ ମଧ୍ୟ କୃଷ୍ଣଙ୍କର ଅଂଶ ଗ୍ରହଣ କମ ହୋଇଥାଏ । ସେହି କୃଷ୍ଣକାୟ ମାନେ ଚାକିରି କରିବାର ସୁଯୋଗ ପାଇଥାନ୍ତି ଯେଉଁ ମାନେ ଧଳା ହୋଇଥାନ୍ତି ।
ଆମେରିକାର ଚର୍ଚ୍ଚ ଗୁଡିକରେ ମଧ୍ୟ ସମାନ ଅବସ୍ଥା ଥାଏ । କୃଷ୍ମକାୟ ବା କଳା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଅଭିଯାନ । ଆମେରିକାରେ କୃଷ୍ମକାୟଙ୍କ ସଂଖ୍ୟା ହ୍ରାସ କରିବାକୁ ଅଭିଯାନ କେତେ ଚାଲିଛି ସେ ନେଇ ସିଡିପିଏଚଆର ଏହାର ରିପୋର୍ଟ ଉଲ୍ଲେଖ କରିଛି । ଆମେରିକାରେ ପ୍ଲାଣ୍ଡ ପୈରେଣ୍ଟହୁଡ ନାମକ ଏକ ସଂସ୍ଥା ରହିଛ,ି ଯାହାକି କୃଷ୍ମକାୟଙ୍କ ସଂଖ୍ୟା କୁ କଣ୍ଟ୍ରୋଲ କରିଥାଏ । ଏହାକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଶ୍ୱେତମାନଙ୍କୁ ବୁଝାଇ ସୁଝାଇ ସେମାନଙ୍କର ଗର୍ଭକୁ ନଷ୍ଟ କରି ଦେଇଥାନ୍ତି । ବିଶ୍ୱକୁ ଧାର୍ମିକ ଜ୍ଞାନ ପ୍ରଦାନ କରୁଥିବା ଆମେରିକା ନିଜେ ଧାର୍ମିକ ସ୍ୱାଧୀନତାକୁ ଉଲଂଘନ କରୁଛି । ହିନ୍ଦୁ ଏବଂ ବୈାଦ୍ଧ ଧର୍ମର ଲୋକ ମାନଙ୍କୁ ଧାର୍ମିକ ସ୍ଥାନ ତିଆରି କରିବାକୁ କହିଥାଏ । କାର୍ଲିଫର୍ଣ୍ଣଆରେ ୭ମ ଏବଂ ୮ମ ଶ୍ରେଣୀର ପିଲାମାନଙ୍କୁ ବାଇବେଲ ସମ୍ପର୍କରେ ପଢାଯାଇଥାଏ ।
ମହିଳା ସୁରକ୍ଷା କୁ ନେଇ ମଧ୍ୟ ସିଡିପିଏଚଆର ପ୍ରଶ୍ନକରିଛି । ୫ ଜଣଙ୍କ ମଧ୍ୟରୁ ଜଣେ ଆମେରିକୀୟ ମହିଳା ବଳାତ୍କାର ର ଶିକାର ହେଉଛନ୍ତି । ୨୦୧୪ ସୁଦ୍ଧା ଆମେରିକାରେ ୪୦ ନିୟୁତ ରୁ ଅଧିକ ପିଲା ଯୈାନ ଶୋଷଣର ଶିକାର ହୋଇଥିଲେ । ଆମେରିକାରେ ବଳାତ୍କାର ହୋଇଥିବା ମହିଳାମାନଙ୍କ ମଧ୍ୟରୁ ଅର୍ଦ୍ଧେକ ନିଜ ସାଥୀଙ୍କ ଦ୍ୱାରା ବଳାତ୍କାର ହୋଇଥିଲେ । ଆମେରିକାର ଗଣତନ୍ତ୍ର ଏବଂ ନିର୍ବାଚନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ସିଡିପିଏଚଆର କହିିଛି ଯେ ଆମେରିକାରେ ଅନେକ ଅଶ୍ୱେତ ମାନଙ୍କ ଭୋଟର କାର୍ଡ ବା ପରିଚୟ ପତ୍ର କରାଯାଇ ନାହିଁ । ୨୦୦୦ ମସିହାରେ ଆମେରକାରେ ୧୩୦୦ ଭୋଟ ଠକେଇ ମାମଲା ହୋଇଥିଲା । ଯେଉଁଥିରେ କଳା ସଂଖ୍ୟାଲଘୁ ମତଦାନ କେନ୍ଦ୍ରର ଭୋଟ୍ ଥିବା ବାଲାଟ୍ ବାକ୍ସ ଅଦୃଶ୍ୟ ହୋଇଯାଇଥିଲା। ସିଡିପିଏଚଆର ର ରିପୋର୍ଟ ଅନୁଯାୟୀ, ଆମେରିକାର ଗଣତନ୍ତ୍ର ଏପରି ଯେ ସେଠାରେ କେବଳ ଦୁଇଟି ଦଳ ଅଛନ୍ତି, ଡେମୋକ୍ରାଟ୍ ଏବଂ ରିପବ୍ଲିକାନ୍ସ । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଜାତିଭେଦ ପ୍ରତିଫଳିତ ହୋଇଛି । ଅଶ୍ୱେତ ମାନଙ୍କ ମଧ୍ୟରୁ ୧୪ ପ୍ରତିଶତ ଲୋକ ଙ୍କ କରୋନାରେ ମୃତ୍ୟୁ ହେଇଛି । ଆମେରିକାରେ ମାନବିକ ଅଧିକାରର ଗୁରୁତର ଉଲଂଘନ ହେଉଛି । ଆମେରିକାରେ କେବଳ ମାନବିକ ଅଧିକାର ର ଉଂଲଘନ ହେଉ ନାହିଁ ବରଂ ସମଗ୍ର ବିଶ୍ୱ ରେ ଏହାର ପ୍ରଭାବ ପଡିଛି । ସିଡିପିଏଚଆରର ରିପୋର୍ଟ ଅନୁଯାୟୀ ଆମେରିକା ପାଇଁ ଇରାକ ଯୁଦ୍ଧ ରେ ୯ କୋଟିରୁ ଅଧିକ ଲୋକ , ସିରିଆରେ ସାତ କୋଟିରୁ ଅଧିକ ଲୋକ ଆଫଗାନିସ୍ତାନ ସୋମାଲିଆ ୟମନ ର ୪ କୋଟିରୁ ଅଧିକ ଲୋକ ଭୂମିହୀନ ହୋଇଛନ୍ତି । ନାଟୋ ଦ୍ୱାରା ଆମେରିକା ଅନେକ ଦେଶ କୁ ଅସ୍ଥିର କରୁଛି ।
ସିଡିପିଏଚଆର ର ରିପୋର୍ଟ ଅନୁଯାୟୀ, ମାନବିକ ଅଧିକାରର ସୁରକ୍ଷା ପାଇଁ ଦାବି କରୁଥିବା ଆମେରିକୀୟ ଗଣମାଧ୍ୟମ ଏବଂ ଏହାର ସଂଗଠନଗୁଡ଼ିକ କେବଳ ଆମେରିକାର ମାନବିକ ଅଧିକାରର ଉଲ୍ଲଂଘନକୁ ଲୁଚାଇ ରଖନ୍ତି ନାହିଁ, ବରଂ ବିଶ୍ୱର ଅନ୍ୟ ଦେଶ ଗୁଡିକର ମିଥ୍ୟା ରିପୋର୍ଟ ଦେଖାଇ ନିଜର ତଥ୍ୟ ଲୁଚାଇଭାକୁ ଚେଷ୍ଟା କରିଥାନ୍ତି ।
ଏ ନେଇ ସିଡିପିଏଚ୍ ମୁଖ୍ୟ ପ୍ରେରଣା ମଲହୋତ୍ରା କହିଛନ୍ତି ଯେ ଆମେରିକା ଏବଂ ଏହାର ଗଣମାଧ୍ୟମ ଯାହା ଆମେରିକାର ଭୁଲକୁ ବିଶ୍ୱ ସାମ୍ନାରେ ଲୁଚାଇଥାଏ ଏବଂ ଅନ୍ୟ ଦେଶ ବିରୁଦ୍ଧରେ ରିପୋର୍ଟ କରେ ଯାହା ଦ୍ୱାରା ବିଶ୍ୱର ନଜର ଆମେରିକାର ମାନବିକ ଅଧିକାରର ଉଲ୍ଲଂଘନ ଉପରେ ନଜର ପଡିବ ନାହିଁ । ସିଡିପିଏଚଆର ଆମେରିକାର ଉଲଂଘନ ବିଷୟରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି ଯାହା ଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱ ଜାଣିପାରିବ ଯେ ଆମେରିକା ନିଜେ ମାନବିକ ଅଧିକାର କୁ ନେଇ ବଡ ବଡ ଭାଷଣ ଦେଉଥିବା ବେଳେ ନିଜେ କେତେଦୂର ମାନବ ଅଧିକାର ର ଉଲଂଘନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking