29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମାଡ୍ରାସ ହାଇକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ମାଡ୍ରାସ ହାଇକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ଚେନ୍ନାଇ: ଜନସଂଖ୍ୟା ନିୟନ୍ତ୍ରଣକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟକୁ ସଂସଦରେ ଅଧିକ ଆସନ କାହିଁକି ଦିଆଯାଉଛି? ଏ ନେଇ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି, ଦେଶର ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପୂର୍ବ ତୁଳନାରେ ବର୍ତ୍ତମାନ ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି । ହେଲେ ରାଜ୍ୟର ସାଂସଦଙ୍କ ସଂଖ୍ୟା କମ୍ ରହିଛି । ଏହାକୁ ତୁଳନା କରି ହାଇକୋର୍ଟ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାରର ଉଦାହରଣ ଦେଇଛନ୍ତି ଯେଉଁଠି ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିନି । କିନ୍ତୁ ଏଠାରୁ ଅଧିକ ସଂଖ୍ୟକ ସାଂସଦ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି ।

କୋର୍ଟ ଏପରି କହିବାର କାରଣ ବୁଝାଇବାକୁ ଯାଇ କହିଛନ୍ତି, ଯେଉଁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ସେଠି ଉପହାର ସ୍ୱରୂପ ଅଧିକାଂଶ ସାଂସଦଙ୍କୁ ସଂସଦ ପଠାଇବା ଦରକାର । ମାଡ୍ରାସ ହାଇକୋର୍ଟରୁ ବିଚାରପତି ଭାବରେ ଅବସର ଗ୍ରହଣ କରିସାରିଛନ୍ତି ଜଷ୍ଟିସ ଏ କିରୁବକରଣ । ଏହା ପୂର୍ବରୁ ଅଗଷ୍ଟ ୧୭ରେ ଜଷ୍ଟିସ କିରୁବକରଣ ଏବଂ ଜଷ୍ଟିସ ବି ପୁଗଲେନ୍ଧି ଖଣ୍ଡପୀଠ ଗୋଟିଏ ମାମଲାର ରାୟ ପ୍ରକାଶ କରି ଏପରି କହିଛନ୍ତି ।

ଦୁଇ ଜଣିଆ ଖଣ୍ଡପୀଠ ରାୟ ଶୁଣାଣି କରିବା ବେଳେ କହିଛନ୍ତି, ବିଗତ ୧୪ଟି ନିର୍ବାଚନ ପାଇଁ ତାମିଲନାଡୁ ପୁରସ୍କୃତ ହେବା କଥା । ଏହି ପୁରସ୍କାରର ପରିମାଣ ପାଖାପାଖି ୫,୬୦୦ କୋଟି ଟଙ୍କା ହେବ। ୧୯୬୨ ମସିହାରେ ତାମିଲନାଡୁରୁ ୪୧ ଜଣ ସାଂସଦ ସଂସଦକୁ ନିର୍ବାଚିତ ହୋଇଯାଉଥିଲେ । ହେଲେ ଜନସଂଖ୍ୟା କମିବା ପରେ ଏହି ସଂଖ୍ୟା ୩୯କୁ ଖସି ଆସିଛି । ଜନସଂଖ୍ୟାକୁ ଆଧାର କରି ନିର୍ବାଚିତ ପ୍ରତିନିଧି ସଂଖ୍ୟା ହ୍ରାସ ହୋଇଥିବାରୁ ରାଜ୍ୟରେ କୌଣସି ଦୋଷ ନାହିଁ ବୋଲି କୋର୍ଟ କହିଛନ୍ତି । ଜନସଂଖ୍ୟା କମିବାରୁ ଯେଉଁଠି ଲୋକସଭା ସାଂସଦଙ୍କ ସଂଖ୍ୟା କମିଛି ସେଠାରେ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ବଢ଼ାଇବା ଦରକାର । ଯଦି ଏପରି ହେବ ତାହେଲେ ତାମିଲନାଡୁରେ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାମକୁ ସ୍ୱୀକୃତି ମିଳିବ ବୋଲି ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking