33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦେଶରେ ସିଏଏ ଆବଶ୍ୟକ ଥିଲା, କହିଲେ କେନ୍ଦ୍ରମନ୍ତ୍ରୀ

ଦେଶରେ ସିଏଏ ଆବଶ୍ୟକ ଥିଲା, କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛନ୍ତି । ଏହାପରେ ଆଫଗାନିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ (ହିନ୍ଦୁ ଏବଂ ଶିଖ) ସମ୍ପ୍ରଦାୟର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ତେଣୁ ସେମାନେ ପ୍ରାଣ ବିକଳରେ ଭାରତରେ ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହି ଅଳ୍ପସଂଖ୍ୟକଙ୍କ ମଧ୍ୟରୁ କିଛି ଲୋକ କାବୁଲରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଉ କିଛି ଆସିବେ ବୋଲି ଅପେକ୍ଷା କରିଛନ୍ତି । ରବିବାର କାବୁଲରୁ ୧୬୮ ଜଣଙ୍କୁ ନେଇ ଏକ ସ୍ୱତନ୍ତ୍ର ଭାରତୀୟ ବାୟୁସେନା ବିମାନ ଗାଜିଆବାଦର ଏୟାର ବେସରେ ପହଞ୍ଚିଛି । ଏହାପରେ ଆଫଗାନିସ୍ତାନ ସ୍ଥିତିକୁ ଦେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଏହି କାରଣ ପାଇଁ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଆବଶ୍ୟକ ରହିଥିଲା ।

ନିକଟରେ ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ୱ ପାଇଥିବା ଏହି ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଆଫଗାନିସ୍ତାନରେ ଅସ୍ଥିରତା ମଧ୍ୟରେ ଶିଖ ଏବଂ ହିନ୍ଦୁମାନେ ବିପଦ ଜନକ ସମୟ ଦେଇ ଗତି କରୁଛନ୍ତି । ଏହି କାରଣ ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ କରିବା ଆବଶ୍ୟକ ଥିଲା । କେନ୍ଦ୍ରର ମୋଦି ସରକାର ଡିସେମ୍ବର ୨୦୧୯ରେ ଏହି ଆଇନ୍ ଆଣିଥିଲେ। ଏହି ଆଇନ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୈଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ତେବେ ମୁସଲମାନ ସମ୍ପ୍ରଦାୟକୁ କାହିଁକି ଏହି ଆଇନରେ ରଖାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ । ଜବାବରେ ସରକାର କହିଥିଲେ ଏହି ତିନି ଦେଶରେ ସର୍ବାଧିକ ଲୋକ ମୁସଲମାନ ସମ୍ପ୍ରଦାୟର ରହିଛନ୍ତି । ଏଠାରେ ରହୁଥିବା ଅଳ୍ପସଂଖ୍ୟକ ହିଁ ନିର୍ଯାତିତ ହେଉଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି । ଏହାପୂର୍ବରୁ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇଥିଲେ । ଭାରତ ସମେତ ଅଧିକାଂଶ ଦେଶର ନାଗରିକ ଏହାପରେ ନିଜ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି । ଏହାପରେ ଆଫଗାନିସ୍ତାନର ଅନେକ ଅଳ୍ପ ସଂଖ୍ୟକ ଭାରତରେ ନାଗରିକତ୍ୱ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠିକାର ଅଳ୍ପ ସଂଖ୍ୟକଙ୍କୁ କିଭଳି ସୁରକ୍ଷିତ ଭାବରେ ଭାରତ ଅଣାଯାଇପାରିବ ସେ ନେଇ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking