30.1 C
Bhubaneswar
Sunday, May 19, 2024
Homeଅପରାଧସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ୧୪ ଗିରଫ

ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ୧୪ ଗିରଫ

ଗୁଆହାଟୀ: ତାଲିବାନର ଆଫଗାନିସ୍ତାନକୁ ଅକ୍ତିଆର କରିବା ଏବଂ ୨୦ ବର୍ଷ ପରେ କ୍ଷମତାକୁ ଫେରିବା ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ ଲଗାଇବା ଅଭିଯୋଗରେ ଆସାମର ୧୧ ଟି ଜିଲ୍ଲାରୁ ଚଉଦ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି ।

ଆସାମର ୧୧ ଟି ଜିଲ୍ଲାରେ ଏପର‌୍ୟ୍ୟନ୍ତ ସମୁଦାୟ ୧୪ ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ହିଲକାଣ୍ଡିର ଜଣେ ଏମବିବିଏସ ଛାତ୍ର, ତେଜପୁର ମେଡିକାଲ କଲେଜରେ ପଢ଼ୁଥିବା ଏବଂ ଅନ୍ୟ ଦୁଇଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ନେତା ଏମଡି ଫଜଲୁଲ କରିମ କାଶିମି ମଧ୍ୟ ଅଛନ୍ତି । ଗିରଫ ପରେ ତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଲମ୍ବିତ କରାଯାଇଛି । ଗିରଫ ୧୪ ଜଣଙ୍କ ମଧ୍ୟରେ ଜଣେ ଆସାମ ପୋଲିସ କନଷ୍ଟେବଳ ମଧ୍ୟ ଅଛନ୍ତି ।

ଅଧିକାରୀ କହିଛନ୍ତି, “କେତେକ ତାଲିବାନକୁ ସିଧାସଳଖ ସମର୍ଥନ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ତାଲିବାନକୁ ସମର୍ଥନ ନକରି ଭାରତ ଏବଂ ଜାତୀୟ ଗଣମାଧ୍ୟମକୁ ସମାଲୋଚନା କରିଥିଲେ । ଏହା ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କରିପାରେ ।” ଗିରଫ ବ୍ୟକ୍ତିମାନେ ଆସାମ ପୋଲିସର ସାଇବର ସେଲର ରାଡାରରେ ଧରାପଡିଥିଲେ ଯାହା ସୋସିଆଲ ମିଡିଆ ନେଟୱାର୍କରେ ନିରନ୍ତର ସଜାଗ ରହିଥାଏ । ଆସାମ ପୋଲିସର ସ୍ୱତନ୍ତ୍ର ଶାଖା (ଏସବି) ଏହି କାର‌୍ୟ୍ୟର ତଦାରଖ କରୁଛି ।

ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର‌୍ୟ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଏହି ୧୪ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅପରାଧିକ ଷଡଯନ୍ତ୍ର ତଥା ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେମାନଙ୍କୁ ବିଭିନ୍ନ ଆଇପିସି ବିଭାଗ ଅଧୀନରେ ମଧ୍ୟ ଅଭିଯୋଗ କରାଯାଇଛି । ଡେପୁଟି ଇନ୍ସପେକ୍ଟର ଜେନେରାଲ ଭୋଏଲେଟ୍ ବାରୁହ କହିଛନ୍ତି ଯେ, ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ସୋସିଆଲ ମିଡିଆରେ ତାଲିବାନ ସମର୍ଥକଙ୍କ ମନ୍ତବ୍ୟ ବିରୋଧରେ ଆସାମ ପୋଲିସ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ସେ ଟୁଇଟ୍ କରି କହିଛନ୍ତି, “ଆମେ ଏପରି ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକରଣ କରୁଛୁ । ଯଦି କୌଣସି ଜିନିଷ ଆପଣଙ୍କ ନଜରକୁ ଆସେ ତେବେ ଦୟାକରି ପୋଲିସକୁ ଜଣାନ୍ତୁ ।” ପୋଲିସର ସୂଚନାନୁସାରେ, ତାଲିବାନ ଏବଂ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ କାର‌୍ୟ୍ୟକଳାପକୁ ସମର୍ଥନ କରୁଥିବା ପୋଷ୍ଟ ସହିତ ଅତି କମରେ ୧୭ ରୁ ୨୦ ସୋସିଆଲ ମିଡିଆ ପ୍ରୋଫାଇଲ ମିଳିଛି । ପୋଲିସ କହିଛି ଯେ, ଏହି ପୋଷ୍ଟଗୁଡିକ ରାଜ୍ୟର ୧୧ ଟି ଜିଲ୍ଲାରୁ ପ୍ରସ୍ତୁତ ହୋଇଥିବାବେଳେ ଆସାମର ଅନ୍ୟ ତିନି ଜଣ ପ୍ରୋଫାଇଲ୍ ବାହାରେ ବସିଛନ୍ତି – ଗୋଟିଏ ଦୁବାଇ, ସାଉଦି ଆରବ ଏବଂ ମୁମ୍ବାଇରେ । ସୂତ୍ରରୁ ପ୍ରକାଶ ଯେ, ସେମାନେ ରାଜ୍ୟ ବାହାରେ ସ୍ଥିର ହୋଇଥିବା ଏହି ତିନି ଜଣଙ୍କ ବିଷୟରେ ଅଧିକ ବିବରଣୀ ପାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ ବିବରଣୀ ଉପରେ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ସୂଚନା ପଠାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking