28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ

ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ

ମସ୍କୋ : ଆଫଗାନିସ୍ତାନରେ ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀକୁ ରୁଷ ଆଉ ଆତଙ୍କି ବୋଲି କହିବ ନାହିଁ । ଏକଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ଏଠାର ଇଣ୍ଟରନ୍ୟାସନାଲ ଭାଲଡାଇ କ୍ଲବରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ତାଲିବାନକୁ ଆତଙ୍କବାଦୀ ସଂଗଠନ ତାଲିକାରୁ ବାଦ ଦେବା ସମ୍ଭବ । ରୁଷ ଏ ସମ୍ପର୍କରେ ବିଚାର କରୁଛି । ତେବେ ଏହା ଜାତିସଂଘ ସ୍ତରରେ ମଧ୍ୟ ହେବା ଆବଶ୍ୟକ ।

ତାଲିବାନମାନେ ନିଃସନ୍ଦେହରେ ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିଛନ୍ତି ଏବଂ ସେମାନେ ସେଠାକାର ପରିସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସମସ୍ତେ ଆଶା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗୁରୁତର ଆର୍ଥିକ ଓ କୁଟନୈତିକ ସଙ୍କଟ ଦେଇ ଗତି କରୁଥିବା ତାଲିବାନ ଗୋଷ୍ଠୀ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

ତେବେ ବିଶ୍ୱ ସମୁଦାୟ ସ୍ପଷ୍ଟ କରିଦେିଛନ୍ତି ଯେ ସେମାନଙ୍କୁ ସ୍ୱୀକୃତି ଦିଆଯିବା ପୂର୍ବରୁ ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ । ତାଲିବାନର ଜଣେ ମୁଖପାତ୍ର ଟ୍ୱିଟ୍‍ କରି କହିଛନ୍ତି, ଯୁଦ୍ଧ ବିଭୀଷିକାରେ ପୂର୍ଣ୍ଣଚ୍ଛେଦ ପଡିସାରିଛି ଏବଂ ଏବେ ବିଶ୍ୱ ସମୁଦାୟ ଆଫଗାନିସ୍ତାନ ପ୍ରତି ସେମାନଙ୍କର ରହିଥିବା ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ସମ୍ପର୍କରେ ଉନ୍ନତି ଘଟାଇବାର ଆବଶ୍ୟକତା ରହିଛି । ସେମାନେ ପାରସ୍ପରିକ ଉତ୍ତମ ସମ୍ପର୍କ ସମସ୍ତଙ୍କ ଠାରୁ ଆଶା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking