29.1 C
Bhubaneswar
Tuesday, May 7, 2024
Homeଓଡିଶାସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରବେଶ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରବେଶ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲିଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ କରାଯାଇ ପ୍ରବେଶ କରାଯାଉଛି । ରାଜ୍ୟ ସରକାରଙ୍କ ତରଫରୁ ଦିର୍ଘ ଦିନ ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସିବାକୁ ନିର୍ଦେଶ ଦେବା ପରେ ବିଦ୍ୟାଳୟକୁ ୪୨ ଜଣ ଛାତ୍ରୀ ଆସିଥିଲେ । ସମସ୍ତଙ୍କୁ ଧାଡିରେ ରଖାଯାଇ ସାନିଟାଇଜ୍ ବ୍ୟବହ।।ର କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ପରେ ସେମାନଙ୍କୁ ଶ୍ରେଣୀ ଗୃହକୁ ପ୍ରବେଶ କରାଯାଇଥିଲା । ଦିର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବା ପରେ ଛାତ୍ରୀଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତାରାଣୀ ନାୟକଙ୍କ ତତ୍ୱାବଧାନରେ ଶିକ୍ଷକ ଦୁର୍ଗାପ୍ରସାଦ ତ୍ରିପାଠୀ ସହଯୋଗ କରିଥିଲେ ।

 

ବାଲ୍ୟବିବାହା ରୋକିବାର ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର

ବାଲ୍ୟ ବିବାହ ଭଳି ଏକ ସାମାଜିକ ବ୍ୟାଧିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ, ଆକ୍ସନ ଏଡ୍ ଓ ଞୁନିସେଫ୍‌ର ମିଳିତ ସହଯୋଗରେ ଯୁବକ ଓ ଯୁବତି ମାନଙ୍କୁ ବାଲ୍ୟ ବିବାହ ପ୍ରତିରୋଧ ମଂଚର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ବାଲ୍ୟ ବିବାହର କାରଣ, ଏହାର କୁ ପରିଣତି ବିଷୟରେ ଯୁବକ ଯୁବତୀ ମାନଙ୍କୁ ବୁଝାଇଥିଲେ । ଉପଯୁକ୍ତ ଶିକ୍ଷା ହିଁ ମଣିଷକୁ ଚକ୍ଷୁଦାନ କରେ ବୋଲି ସେ କହିଥିଲେ । ଉକଯୁକ୍ତ ଶିକ୍ଷା ହିଁ ବାଲ୍ୟ ବିବାହ ରୋକିବାର ଏକମାତ୍ର ଅସ୍ତ୍ର ବୋଲି ଜିଲ୍ଲାପାଳ ମତ ଦେଇଥିଲେ ।

ଗ୍ରାମାଚଂଳର ମୁଖିଆ ମାନେ କିପରି ନିଜ ଅଚଂଳରେ ସଚେତନା କରିବା ନେଇ ଆଲୋଚନା କରାଯାଇଥିଲା । ବୈଠକରେ ଶିକ୍ଷାଧିକାରୀ ନିବେଦିତା ପାଣି ଜୀବନରେ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶିଶୁ ମଙ୍ଗଳ ସମିତି ସଦସ୍ୟ ନିରଞ୍ଜନ ମିଶ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ବାଲ୍ୟ ବିବାହକୁ ନେଇ ସେମାନଙ୍କର ଅନୁଭୁତି, ଶିଶୁ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ବାଲ୍ୟ ବିବାହକୁ ରୋକିବା ଲାଗି ପଂଚାୟତ ସ୍ତରରେ ବିବାହ ପଞ୍ଜିକରଣ, ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଇବା, ଗ୍ରାମଚଂଳରେ ସଚେତନା କରିବା ଓ ବାଲ୍ୟ ବିବାହ ଆଇନକୁ କଡାକଡି କରିବା ପାଇଁ ନିଷ୍ପତି ହୋଇଛି । ଉକ୍ତ ବୈଠକରେ ୫୫ ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking