31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଯୁଦ୍ଧରେ ବିଫଳ ହୋଇଛନ୍ତି ପୁଟିନ୍‌: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ୍‌ ଛଡ଼ାଇ ନେବାକୁ ବିରୋଧ

ଯୁଦ୍ଧରେ ବିଫଳ ହୋଇଛନ୍ତି ପୁଟିନ୍‌: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ୍‌ ଛଡ଼ାଇ ନେବାକୁ ବିରୋଧ

ନୂଆଦିଲ୍ଲୀ : ଜୋରଜବରଦସ୍ତ ଭୋଟିଂ କରି ୟୁକ୍ରେନ୍‌ର ଭୂମିକୁ ଛଡ଼ାଇ ନେଇଛି ରୁଷ୍‌ । ଏଭଳି ଜବରଦସ୍ତି ଦଖଲକୁ କେବେ ବି ସ୍ୱୀକୃତି ମିଳିବନି । ଏକଥା କହିଛନ୍ତି ନାଟୋ ମୁଖ୍ୟ ଜେନ୍‌ସ ଷ୍ଟୋଲଟେନ୍‌ବର୍ଗ । ସେ କହିଛନ୍ତି, ରୁଷ୍‌ ଛଡ଼ାଇ ନେଇଥିବା ୪ ଅଞ୍ଚଳ ୟୁକ୍ରେନ୍‌ର ଥିଲା, ଆଉ ରହିବ । ସେହିପରି ସୈନ୍ୟ ସ୍ଥାନାନ୍ତରକୁ ପୁଟିନ୍‌ଙ୍କ ଭୀରୁତା ବୋଲି କହିଛନ୍ତି ନାଟୋ ମୁଖ୍ୟ । ପୁଟିନ୍‌ ଯୁଦ୍ଧରେ ଲକ୍ଷ୍ୟ ହାସଲରେ ବିଫଳ ହୋଇଛନ୍ତି । ଯଦି ରୁଷ୍‌ ଯୁଦ୍ଧ ବନ୍ଦ କରେ ଶାନ୍ତି ମିଳିବ ।

ଯଦି ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରେ ଏହି ଭୂଖଣ୍ଡ ସମାପ୍ତ ହୋଇଯିବ । ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ୟୁକ୍ରେନ୍‌କୁ ସମର୍ଥନ ଜାରି ରହିବ । ଅର୍ଥାତ ଯୁଦ୍ଧ ଯେତେ ଦିନ ଯାଏ ଚାଲିବ ସେଯାଏ ୟୁକ୍ରେନକୁ ସହାୟତା ଦେବେ ନାଟୋ ରାଷ୍ଟ୍ର । ସେହିପରି ନାଟୋରେ ସାମିଲ ହେବାକୁ ୟୁକ୍ରେନର ଆବେଦନ ଉପରେ ୩୦ ରାଷ୍ଟ୍ର ନିଷ୍ପତ୍ତି ନେବେ ବୋଲି ନାଟୋ ମୁଖ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking