29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବ୍ଲାକ୍‌ହୋଲ୍ ଚାରିପଟେ ଘୂରିଛି ଉତ୍ତପ୍ତ ଗ୍ୟାସ୍ ଗୋଲା

ବ୍ଲାକ୍‌ହୋଲ୍ ଚାରିପଟେ ଘୂରିଛି ଉତ୍ତପ୍ତ ଗ୍ୟାସ୍ ଗୋଲା

ନୂଆଦିଲ୍ଲୀ : ନକ୍ଷେତ୍ରବିଜ୍ଞାନୀମାନେ ଗ୍ୟାସ୍‌ର ଏକ ଉତ୍ତପ୍ତ ଗୋଲା ଚିହ୍ନଟ କରିଛନ୍ତି, ଯାହା ଆମ ଆକାଶଗଙ୍ଗା ମିଲ୍‌କି ୱେରେ ଥିବା ବିଶାଳ ବ୍ଲାକ୍‌ହୋଲ୍‌ ସାଗିଟାରିୟସ୍‌-ଏ ଚତୁଃପାଶ୍ୱର୍ରେ ଘୂରୁଛି । ଘଣ୍ଟା ପ୍ରତି ୨୦୦ ନିୟୁତ ମାଇଲ ବେଗରେ ଏହା ବ୍ଲାକ୍‌ହୋଲ ଚର୍ତୁଃପାଶ୍ୱର୍ରେ ଗତି କରୁଛି । ଆଲୋକର ହାରାହାରି ଏକ ତୃତୀୟାଂଶ ବେଗରେ ବୁଧ ଗ୍ରହର ଆକାର ସହ ସମାନ କକ୍ଷରେ ଏହା ପରିକ୍ରମା କରୁଛି । ମାତ୍ର ୭୦ ମିନିଟ୍‌ରେ ଏହା ବ୍ଲାକ୍‌ହୋଲ୍‌ର ପୂର୍ଣ୍ଣ ପରିକ୍ରମା କରୁଛି ।

ଗବେଷଣାର ମୁଖ୍ୟ ଲେଖକ ଜର୍ମାନୀର ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍ ଫର ରେଡିଓ ଆଷ୍ଟ୍ରୋନୋମିର ମାକିକ୍ ୱିଲ୍‌ଗସ କହିଛନ୍ତି, ଆମ ଆକାଶଗଙ୍ଗା କେନ୍ଦ୍ରର ବିଶାଳ ଶୂନ୍ୟର ଚମତ୍କାର ଓ ଗତିଶୀଳ ପରିବେଶକୁ ଭଲଭାବେ ବୁଝିବା ପାଇଁ ଏହି ଆବିଷ୍କାର ସାହାଯ୍ୟ କରିବ । ଆଟାକାମା ଲାର୍ଜ ମିଲିମିଟର/ସବ୍‌ମିଲିମିଟର ଆରେ ନାମକ ରେଡିଓ ଟେଲିସ୍କୋପ୍‌ ମାଧ୍ୟମରେ ନକ୍ଷତ୍ରବିଜ୍ଞାନୀମାନେ ଏହି ଉତ୍ତପ୍ତ ଗୋଲା ଚିହ୍ନଟ କରିଛନ୍ତି । ଆକାଶଗଙ୍ଗାଗୁଡ଼ିକର କେନ୍ଦ୍ରର ଘନ କ୍ଷେତ୍ରରେ ବିଶାଳ ବ୍ଲାକ୍‌ହୋଲ ଥାନ୍ତି । ମାଧ୍ୟାକର୍ଷଣ ଶକ୍ତିର ଠୋସ୍ ସ୍ରୋତ ରୂପେ ଏମାନେ କାର୍ଯ୍ୟ କରନ୍ତି । ସେଥିପାଇଁ ଏମାନେ ଧୂଳି ଓ ଗ୍ୟାସ୍ ଦ୍ୱାରା ଆବୃତ୍ତ ରହିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking