29.1 C
Bhubaneswar
Saturday, April 27, 2024
Homeଓଡିଶାଶ୍ରୀ ମନ୍ଦିରକୁ ଯିବ ବାଲୁଖଣ୍ଡ କାଠ

ଶ୍ରୀ ମନ୍ଦିରକୁ ଯିବ ବାଲୁଖଣ୍ଡ କାଠ

ପୁରୀ: ବାତ୍ୟା ଫୋନିରେ ବହୁ ମାତ୍ରାରେ ଗଛ ନଷ୍ଟ ହୋଇଥିଲା । ଏବଂ ବହୁ ମୂଲ୍ୟବାନ ଗଛ ମଧ୍ୟ ଉପୁଡି ପଡିଥିଲା । ତେବେ ସେହି ନଷ୍ଟ ହୋଇଯାଇଥିବା ଗଛ ମଧ୍ୟରୁ କେତେକକୁ ଗରିବ ଶ୍ରେଣୀର ଲୋକ ମାନେ ନେଇ ଯାଇଥିବା ବେଳେ ଆଉ କେତେକ ଗଛକୁ ବିଏମସି ସଂରକ୍ଷିତ କରି ରଖିଥିବା ଜଣାପଡିଛି । ତେବେ ସେଥିମଧ୍ୟରୁ ପୁରୀ ଶ୍ରୀ ମନ୍ଦିରକୁ ଯିବ ବାଲୁଖଣ୍ଡ ଅଭୟାରଣ୍ୟ କାଠ । ସ୍ୱର୍ଗଦ୍ୱାର ଓ ଶ୍ରୀ ମନ୍ଦିର ରୋଷଘର କାର୍ଯ୍ୟ ପାଇଁ ଯିବ ବାଲୁଖଣ୍ଡ କାଠ । ବାତ୍ୟା ଫୋନିରେ ନଷ୍ଟ ହୋଇଥିବା ୧୫ଲକ୍ଷ ଟନ କାଠ ଯିବ ଶ୍ରୀମନ୍ଦିର । ପୁରୀକୁ କାଠ ପଠାଯିବା ନେଇ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଏକ ବୈଠକରେ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ସେହିଭଳି ନନ୍ଦନକାନନରେ ରୋପ ୱେ ପାଇଁ ୩୬ଟି ଗଛ କଟାଯିବ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ।
https://onakhabar.com/2019/12/13/cycling/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking