30.3 C
Bhubaneswar
Tuesday, July 15, 2025
Homeଟେଲି ଦୁନିଆଜେନିଫରଙ୍କ ଜୀବନ ବଞ୍ଚାଇଲେ ଶିବିନ୍

ଜେନିଫରଙ୍କ ଜୀବନ ବଞ୍ଚାଇଲେ ଶିବିନ୍

ମୁମ୍ବାଇ : ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଯାଇଛି ସିରିଏଲ୍‌ ‘ବେହଦ-୨’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌ । ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ଶିବିନ ନାରଙ୍ଗ । ତେବେ ନିକଟରେ ସିରିଏଲ୍‌ର କିଛି ସିନ୍‌ର ଶୁଟିଂ ଚାଲିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଜେନିଫର। ତାଙ୍କୁ ରକ୍ଷା କରିବାକୁ ଯାଇ ଶିବିନ୍‌ଙ୍କ ହାତରେ ମଧ୍ୟ ଆଘାତ ଲାଗିଛି।

ସୂଚନା ଅନୁଯାୟୀ, ନିକଟରେ ଏକ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ‘ବେହଦ-୨’ର କିଛି ସିନ୍‌ର ଶୁଟିଂ ଚାଲିଥିଲା। ଜେନିଫର ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ ପାଖରେ ଥିଲେ ଓ ତାଙ୍କ ଶରୀରରେ ଏକ ହାର୍‌ନେସ୍ ବନ୍ଧା ଯାଇଥିଲା। ତେବେ କୌଣସି କାରଣରୁ ଲିଫ୍ଟଟି ଟପ୍‌ ଫ୍ଲୋରରୁ ତଳକୁ ଖସିବାକୁ ଲାଗିଥିଲା। ଆଉ ସେତେବେଳେ ତାଙ୍କ ଦେହରେ ବନ୍ଧା ହୋଇଥିବା ହାର୍‌ନେସ ଲିଫ୍ଟରେ ଲାଗିଯାଇଥିଲା। ତେଣୁ ସେ ବି ତଳକୁ ଖସିବାକୁ ଲାଗିଥିଲେ। ତେବେ ଠିକ୍ ସମୟରେ ଶିବିନ ସେଠାରେ ପହଞ୍ଚି ଯାଇଥିଲେ ଓ ତାଙ୍କୁ ରକ୍ଷା କରିଥିଲେ। ଏହି ସମୟରେ ଉଭୟଙ୍କ ଦେହରେ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ସେମାନେ ଶୁଟିଂ ବନ୍ଦ କରି ନଥିଲେ।ଏହି ଘଟଣା ସମ୍ପର୍କରେ ଶିବିନ କହିଛନ୍ତି- ‘ଆମର ଶୁଟ୍‌ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ଥିଲା। ମୁଁ ବହୁତ ଉତ୍ସାହିତ ଥିଲି। ପ୍ରଡକ୍ସନ ଟିମ୍‌ ମଧ୍ୟ ଏହି ଶୁଟିଂ ପାଇଁ ବେଶ୍‌ ସାବଧାନ ଥିଲେ। କିନ୍ତୁ ଏମିତି ଏକ ଦୁର୍ଘଟଣା ଘଟିଗଲା। ମତେ ଏବଂ ଜେନିଙ୍କୁ ଆଘାତ ଲାଗିଛି। ଆମେ ବହୁତ ଡରିଯାଇଥିଲୁ।’

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking