ବଜ୍ରକାପ୍ତା ଚାଲାଣ ଲିଙ୍କରେ ଆଉ ୨ ଗିରଫ

ଆଠଗଡ: ବଜ୍ରକାପ୍ତା ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବଜ୍ରକାପ୍ତାର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଛି । ତେବେ ଏହି ବଜ୍ରକାପ୍ତା ବିକ୍ରି କାରବାରରେ ବହୁ ଗିରଫ ହୋଇଥିବା ଜଣାପଡିଛି । ଏବେ ବଜ୍ରକାପ୍ତା ବିଦେଶ ଚାଲାଣ ଲିଙ୍କରେ ଆଉ ୨ଜଣ ଗିରଫ ହୋଇଥିବା ଜଣାପଡିଛି । ତିଗିରିଆ ଅଞ୍ଚଳରୁ ଉଭୟଙ୍କୁ ଗିରଫ କଲା ଆଠଗଡ ବନ ବିଭାଗ । ଉଭୟଙ୍କ ନିକଟରୁ ବଜ୍ରକାପ୍ତା କାତି ଓ ବାରହା ଦାନ୍ତ ଜବତ ହୋଇଛି । ଗିରଫ ପୂର୍ବରୁ ଧରିଥିବା ବଜ୍ରକାପ୍ତାକୁ ଉଭୟ ଛାଡି ଦେଇଥିବା ଜଣାପଡିଛି । ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ବନ ବିଭାଗ ।

https://onakhabar.com/2019/12/13/5-arrested/