27.1 C
Bhubaneswar
Wednesday, May 8, 2024
Homeଓଡିଶାରଥଖଳା ଚଳଞ୍ଚଚଳ, ଶେଷ ହେଲା ପ୍ରଭା ନିର୍ମାଣ କାର୍ଯ୍ୟ

ରଥଖଳା ଚଳଞ୍ଚଚଳ, ଶେଷ ହେଲା ପ୍ରଭା ନିର୍ମାଣ କାର୍ଯ୍ୟ

ପୁରୀ : ରଥଖଳାରେ ଶେଷ ହୋଇଛି ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ପ୍ରଭା ନିର୍ମାଣ କାର୍ଯ୍ୟ । ଏଥିସହିତ ପ୍ରଭାଗୁଡ଼ିକର ଉପରଭାଗରେ କଳସ, ଦୁଇପାଶ୍ୱର୍ରେ ୨ଟି ସିଂହ ସହ ରାହୁରୂପ, ତଳଭାଗର ଦୁଇପାଶ୍ୱର୍ରେ ପଦ୍ମ, ଡ଼ାଳି, ଲତା ଓ ନିମ୍ନଭାଗ ଦୁଇପଟରେ ମଗରମୁଖ ଚିତ୍ର ଅଙ୍କନ କରି ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ୩ରଥରେ ପଟା ପଡ଼ି ସିଂହାସନ ପାଇଁ ବେଦୀ ନିର୍ମାଣ ଶେଷ ହୋଇଛି । ୩ରଥରେ ଘୋଡ଼ାଗୁଡ଼ିକୁ ମଜବୁତ ଭାବେ ବାନ୍ଧି ରଖିବା ପାଇଁ ‘ଇଶ’ ନିର୍ମାଣ ଶେଷ ହୋଇଥିଲା । ଗୁରୁବାର ଦିନ ଇଶରେ ବିନ୍ଧ କାର୍ଯ୍ୟ ସରି ସେଥିରେ ପଖିଆ ଏବଂ ଗୁଣ୍ଠି ଲଗାଯାଇଛି । ଏଥିସହିତ ଘୋଡ଼ାକୁ ଉଠାଇ ଖଞ୍ଜାଯିବା ସମୟରେ ଟେକି ଧରିବା ପାଇଁ ୨ଟି ଲେଖାଏଁ ୬ଗୋଟି ଆଶାବାଡ଼ି ନିର୍ମାଣ ଶେଷ ହୋଇଛି ।

୩ରଥର ଚାରିପାଶ୍ୱର୍ରେ ହଂସପଟା ଓ ଆବଶ୍ୟକ ଥିବା ୬ଗୋଟି କନ୍ୟାପଟା କଟାଯିବା ପାଇଁ ରଥ ଅମୀନ ମହାରଣାମାନଙ୍କୁ ଯୋଗାଇ ଦେଇଛନ୍ତି । ଏହି ପଟା ଆବଶ୍ୟକ ପ୍ରକାରେ କଟାଯାଇ ରଞ୍ଜା ମରାଯିବା ପରେ ସେଥିରେ ଚିତ୍ରକର ସେବକ ହଂସ ଓ କନ୍ୟା ଚିତ୍ର ଅଙ୍କନ କରିବେ । ତାହା ରଥର ଚାରିପାଶ୍ୱର୍ରେ ଖଞ୍ଜାଯିବ । ଗୁରୁବାର ଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପୂର୍ବରୁ ୩ରଥରେ ୧୨ଟି ଦୁଆର ବେଢ଼ାରେ ୨୪ଟି ନାଟଗୋଡ଼ ସଂଯୁକ୍ତ କରାଯାଇଥିଲା । ଚିତ୍ରକର ସେବକମାନେ ୩ରଥର ଓଲଟ ଶୁଆ, କଳସ, ଋଷିପଟା, ଦୁଆରବେଢ଼ା ଓ ଅଁଳାରେ ରଙ୍ଗ କାର୍ଯ୍ୟ ଶେଷ କରି କନ୍ୟାପଟା, ପାଶ୍ୱର୍ଦେବଦେବୀ ଓ ସଖୀ ଆଦିରେ ଚିତ୍ର କରିବା ସହ ୩ରଥର ପଟାଗୁଜ ଓ କୋଣକୁଜଗୁଡ଼ିକରେ ଖୋଦିତ ରୂପଗୁଡ଼ିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ଦୋଳବେଦୀର ଅସ୍ଥାୟୀ କମାରଶାଳରେ ଓଝା ସେବକମାନଙ୍କ ଦ୍ୱାରା ସାରଥୀ ବାଗିଆ କଣ୍ଟା, ଘୋଡ଼ା ବାଗିଆ କଣ୍ଟା ତିଆରି କରିବା ସହ ଦୁଆରବେଢ଼ା ଖଞ୍ଜାଯିବା ପାଇଁ କଣ୍ଟା ତିଆରି କରି ମହାରଣା ସେବକମାନଙ୍କୁ ଯୋଗାଇ ଦେଇଛନ୍ତି । ୩ରଥର ଦରଜୀ ସେବକମାନେ ରଥର କନା କାଟିବା ସହ ଲେସ ଲଗାଉଛନ୍ତି । ଗୁରୁବାର ଦିନ ରଥଖଳାରେ ୭୮ଜଣ ମହାରଣା, ୭୬ଜଣ ରଥଭୋଇ, ୫ଜଣ କରତି, ଜଣେ ପାହି ମହାରଣା, ୧୬ଜଣ ଓଝା ବା କମାର, ଜଣେ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ଓ ଜଣେ ରଥଖଳା ସହାୟକ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking