32.1 C
Bhubaneswar
Friday, April 26, 2024
Homeଓଡିଶାମା’-ଝିଅଙ୍କୁ ଉଦ୍ଧାରକଲେ ଗ୍ରାମବାସୀ

ମା’-ଝିଅଙ୍କୁ ଉଦ୍ଧାରକଲେ ଗ୍ରାମବାସୀ

ବାଲେଶ୍ୱର : ଜଣେ ନିର୍ଯାତିତା ମହିଳାଙ୍କ ସହିତ କୋମଳମତି ଶିଶୁକନ୍ୟାକୁ ବିଲ ମଝିରୁ ଉଦ୍ଧାର କଲେ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ପିତାପାଣିଆ ଗ୍ରାମରେ । ଘଟଣାରୁ ପ୍ରକାଶ ଯେ ପିତାପାଣିଆ ଗ୍ରାମର ଭାସ୍କର ଦାସ ଓ ମଞ୍ଜୁଲତା ଦାସ ଭୋର ସମୟରେ ବିଲକୁ ଯାଇଥିବାବେଳେ ଏକ ମହିଳା ବିଲ ମଝିରେ ବସି କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ପରେ ଉକ୍ତ ମହିଳା ଏବଂ ତାଙ୍କର କୋମଳମତି ଶିଶୁକନ୍ୟାକୁ ଉଦ୍ଧାର କରି ଗ୍ରାମର ନରେନ୍ଦ୍ର ଦାସଙ୍କ ଘରକୁ ଆଣିଥିଲେ । ପରେ ମହିଳାଙ୍କ ଘର ଉକ୍ତ ଥାନା ଅଧିନ ନନ୍ଦୁର ଗ୍ରାମର ଅଶୋକ ହାତୀଙ୍କ ପତ୍ନୀ ବୋଲି ଜଣାପଡିଥିଲା । ଗ୍ରାମବାସୀ ଉଦ୍ଧାର କରିଥିବା ମହିଳା ସ୍ୱାତୀଲତା ହାତୀ (୩୨)ଙ୍କୁ ଘଟଣା ବିଷୟରେ ପଚାରିବାରୁ ତାଙ୍କର ଶାଶୁ, ଶଶୁର, ନଣନ୍ଦ ଓ ସ୍ୱାମୀ ତାଙ୍କୁ ଅତ୍ୟାଚାର କରିବାରୁ ସେ ସହିନପାରି ଘର ଛାଡ଼ି ପଳେଇ ଆସିଥିଲେ ।

ପରେ ଗ୍ରାମବାସୀ ସ୍ଥାନୀୟ ୱାର୍ଡମେମ୍ବର ଗୌତମ ନାୟକ, ନନ୍ଦୁର ସରପଞ୍ଚ ସୁରେନ୍ଦ୍ର ପ୍ରସାଦ ନାୟକଙ୍କୁ ଖବର ଦେଇଥିଲେ । ୱାର୍ଡମେମ୍ବର, ସରପଞ୍ଚ ଓ ଭଦ୍ରବ୍ୟକ୍ତି ରାଜେନ୍ଦ୍ର ନାୟକ ମହିଳାଙ୍କ ସ୍ୱାମୀ ଅଶୋକ ହାତୀଙ୍କୁ ପିତାପାଣିଆ ଗ୍ରାମକୁ ଆଣି ସେଠାରେ ଆପୋସ ବୁଝାମଣା କରିଥିଲେ । ହେଲେ ଏହାର କୌଣସି ସମାଧାନ ନେହବାରୁ ମହିଳା ଜଣଙ୍କ ଖଇରା ଥାନାରେ ସ୍ୱାମୀଙ୍କ ସମେତ ଶଶୁର, ଶାଶୁ ଓ ନଣନ୍ଦଙ୍କ ନାମରେ ଏକ ଲଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ଏନେଇ ସେ ଦୁଇଥର ଥାନାର ଦ୍ୱାରସ୍ଥ ହେବା ପରେ ଉଭୟଙ୍କ ପକ୍ଷରେ ସମାଧାନ କରାଯିବା ପରେ ସେ ଶଶୁର ଘରେ ରହିଆସୁଥିଲେ ।

ଶଶୁର ଘର ଲୋକେ ବାରମ୍ବାର ନିର୍ଯାତନା କରୁଥିବାରୁ ତାଙ୍କର ବଡ଼ଝିଅଙ୍କୁ ମାମୁଁ ଘରେ ଛାଡିବା ସହିତ କୋମଳମତି ଶିଶୁକନ୍ୟାକୁ ନିଜ ପାଖରେ ରଖିଥିଲେ । ହେଲେ ଗତକାଲି ପୁନର୍ବାର ସ୍ୱାମୀ ଓ ନଣନ୍ଦ ତାଙ୍କୁ କିରାସିନି ଢାଳି ଜୀବନରୁ ମାରିଦେବକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କ କବଳରୁ ଶିଶୁକନ୍ୟାକୁ ସାଙ୍ଗରେ ଧରି ଖସି ପଳେଇ ଆସିଥିବା ନେଇ ମହିଳା ଜଣଙ୍କ ପ୍ରକାଶ କରିଛନ୍ତି । ଅଭିଯୋଗ ପରେ ଖଇରା ପୋଲିସ ତଦନ୍ତ ଜାରିରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking