39.1 C
Bhubaneswar
Friday, April 26, 2024
Homeଓଡିଶାନକଲି ଔଷଧ ଜବତ ଘଟଣା, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ

ନକଲି ଔଷଧ ଜବତ ଘଟଣା, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ

କଟକ:  ନକଲି ଔଷଧ ଜବତ ଘଟଣାରେ ଏହାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଟ୍ରଷ୍ଟ୍ ଏଜେଏଡି ତରଫରୁ ଏହାର ସହଯୋଗୀ ଆବାହକ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଏଥିରେ ସିବିଆଇ ଅଥବା କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ପ୍ରାର୍ଥନା କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଔଷଧ ଜଡିତ ଥିବାରୁ ବର୍ତ୍ତମାନ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ମାମଲାରେ ଦର୍ଶାଯାଇଛି ଯେ ଯେତେବେଳେ ରାଜ୍ୟ ସରକାର ଔଷଧ ନିୟନ୍ତ୍ରଣ ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି, ସେତେବେଳେ ଏହି ମାମଲାରେ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବା ବ୍ୟତୀତ ଅନ୍ୟ ଉପାୟ ନାହିିଁ । ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌୍‌ର ଏସ୍‌ଟିଏଫ୍ ବିଭାଗ ପ୍ରକୃତ ଦୋଷୀକୁ ଧରିବାରେ ସଫଳ ହୋଇପାରିବ ନାହିିଁ । ଏପରିସ୍ଥଳେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତଦନ୍ତ ସିବିଆଇ ଦ୍ୱାରା କରାଗଲେ ପ୍ରକୃତ ଦୋଷୀକୁ ଧରାଯାଇପାରିବ ।

ସୂଚନାଥାଉକି କଟକ କନିକା ଛକସ୍ଥିତ ଏକ ମେଡିସିନ୍ ଷ୍ଟୋର୍‌ରୁ ଡ୍ରଗ୍ସ କଣ୍ଟ୍ରୋଲ୍ ସ୍କ୍ୱାଡ୍ ନକଲି ମେଡିସିନ୍ ଜବତ କରିଥିଲେ । ଚଢ଼ଉବେଳେ ଏହି ମେଡିସିନ୍ ଷ୍ଟୋର୍‌ରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ କରାଯାଇଥିଲା । ଜବତ ମେଡିସିନ୍ ଉତ୍ତରପ୍ରଦେଶରୁ ଆସି ଓଡ଼ିଶା ଓ ମଧ୍ୟପ୍ରଦେଶକୁ ପଠାଯାଉଥିଲା । ଏହି ନକଲି ଔଷଧ ଖାଇ କରୋନା ଆକ୍ରାନ୍ତ ସୁସ୍ଥହେବା ପରିବର୍ତ୍ତେ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ସନ୍ଦେହ କରାଯାଉଛି । କରୋନା ଅକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କରାଯାଉଥିବାରୁ ଏହାର ସୁଯୋଗ ନେଇ ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍ ମେଡିସିନ୍ ତିଆରି କରି ବଜାରକୁ ଛାଡୁଥିବା ଜଣାପଡି଼ଛି । ଉକ୍ତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଓ ଅନ୍ୟମାନଙ୍କ  ବିରୋଧରେ ମାମଲା ରୁଜୁ କରାଯାଇଛି ।

ଶ୍ରୀ ଜେନା ମେଡି ଲଏଡ୍ ମେଡିକାମେଣ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ପତ୍ନୀ ନିର୍ଦ୍ଦେଶକା ଶୁଭଲକ୍ଷ୍ମୀ ଜେନା, ଗୋଦାମ ଇନ୍‌ଚାର୍ଜ ସତ୍ୟପ୍ରକାଶ ମହାନ୍ତି, ନିର୍ଦ୍ଦେଶକ ପ୍ରୀତିରଞ୍ଜନ ପରିଡ଼ା ପ୍ରମୁଖ ଏହି ମାମଲାରେ ଗିରଫ ହୋଇଥିଲେ । କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପର୍ସୋନେଲ୍ ପବ୍ଲିକ୍ ଗ୍ରିଭାନ୍ସ ମନ୍ତ୍ରଣାଳୟ, ସିବିଆଇ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଓଡ଼ିଶା ଡ୍ରଗସ୍ କଣ୍ଟ୍ରୋଲର୍ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking