27.1 C
Bhubaneswar
Thursday, April 25, 2024
Homeଓଡିଶାମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ, ସ୍ୱାମୀ ଅଟକ

ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ, ସ୍ୱାମୀ ଅଟକ

ଗଞ୍ଜାମ : ଭଉଣୀକୁ ଦୀର୍ଘ ଦିନ ଧରି ମାନସିକ ଓ ପାଶବିକ ନିର୍ଯାତନା ଦେଉଥିଲେ ସ୍ୱାମୀ ଓ ଶାଶୂ ପରିବାର ଲୋକ । ନୃଶଂସତାର ସବୁ ସୀମା ଲଙ୍ଘି ଶେଷରେ ସ୍ୱାମୀ ସାଜିଲା ସୈତାନ । ସ୍ୱାମୀ,ଦିଅର,ନଣନ୍ଦ ଓ ଶାଶୂ ସମସ୍ତେ ମିଳିମିଶି ମୋ ଭଉଣୀକୁ ପୋଡି ମାରିଦେଲେ । ପାପ ଲୁଚାଇବା ପାଇଁ ଆତ୍ମହତ୍ୟାର ମିଛ କାହାଣୀ ରଚିଲେ । ଭଉଣୀ ମୃତ୍ୟୁର ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ମହିଳାଙ୍କ ଭାଇ । ପୁଲିସ ହିଞ୍ଜିଳିକାଟୁ ପୌରାଞ୍ଚଳର ୧୬ନଂ ୱାର୍ଡ ଶ୍ରୀକ୍ଷେତ୍ର ମାର୍ଗ-୨ରେ ପହଞ୍ଚି ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବକୁ ଉଦ୍ଧାର କରିଛି । ହତ୍ୟା ସନ୍ଦେହରେ ପୁଲିସ ସ୍ୱାମୀକୁ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା କରୁଛି । ମୃତ ମହିଳା ଜଣଙ୍କ ହେଲେ ଆର.ତିରୁପତି ଦୋରାଙ୍କ ପତ୍ନୀ ଆର. ରାଣୀ ଦୋରା(୩୪) ।

ସୂଚନାଯୋଗ୍ୟ, ଗଜପତିନଗରର ଆର ରାଣୀ ଶ୍ରୀକ୍ଷେତ୍ର ମାର୍ଗର ଆର ତିରୁପତି ଦୋରାଙ୍କୁ ବିବାହ କରିଥିଲେ । ଗୁରୁବାର ସକାଳେ ରାଣୀଙ୍କ ଦିଅର ଆର ନାଗେଶ୍ୱର ଦୋରା ଫୋନ୍ କରି ତାଙ୍କର ମୃତ୍ୟୁ ସଂପର୍କରେ ମହିଳାଙ୍କ ଭାଇ ଶଙ୍କରଙ୍କୁ ଜଣାଇଥିଲେ । ଶଙ୍କର ପହଞ୍ଚିଲା ବେଳକୁ ତାଙ୍କ ଭଉଣୀର ଅର୍ଦ୍ଧଦଗ୍ଧ ମୃତ ଶରୀର ଚଟାଣ ଉପରେ ପଡିଥିଲା । ଘଟଣା ସମ୍ପର୍କରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ପଚାରିବ।।ରୁ ସେମାନେ କିଛି ଜାଣିନାହାନ୍ତି ବୋଲି କହିଥିଲେ ।

ଅଧିକାଂଶ ସମୟରେ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କ ଭଉଣୀକୁ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମାଶଙ୍କର ସିଂ ଏବଂ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । ନିର୍ବାହୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଥିବା ତଦନ୍ତକାରୀ ଅଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking