36.1 C
Bhubaneswar
Monday, May 6, 2024
Homeଓଡିଶାହାତୀବେଶ ସାଜ ପ୍ରସ୍ତୁତି ଶେଷ ପ୍ରାୟ

ହାତୀବେଶ ସାଜ ପ୍ରସ୍ତୁତି ଶେଷ ପ୍ରାୟ

ପୁରୀ : ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀରେ ତ୍ତତୁର୍ଦ୍ଧା ମୂର୍ତ୍ତି ସ୍ନାନବେଦୀରେ ଅଭିମନ୍ତ୍ରିତ ସୁଶୀତଳ ଓ ସୁବାସିତ ଜଳରେ ସ୍ନାନ କରିବା ସହ ମନୋରମ ଗଜାନନ ବା ହାତୀବେଶରେ ସଜ୍ଜିତ ହେବେ । ମହାପ୍ରଭୁଙ୍କ ସ୍ନାନବିଧି ଓ ଗଜାନନବେଶ ହେଉଛି ସ୍ନାନଯାତ୍ରାର ମୁଖ୍ୟ ଆକର୍ଷଣ । ଟେଲିଭିଜନ୍ ମାଧ୍ୟମରେ ଅଗଣିତ ଭକ୍ତ ଦର୍ଶନ କରିବେ ମହାପ୍ରଭୁଙ୍କ ଗଜାନନ ବେଶ । ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ହାତୀବେଶ ବା ଗଜାନନବେଶର ସାଜ ପ୍ରସ୍ତୁତିର ଶୁଭାରମ୍ଭ ହୋଇଥିଲା । ସମ୍ପ୍ରତି ବେଶର ସାଜ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପରମ୍ପରା ଅନୁଯାୟୀ ରାଘବଦାସ ମଠ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ହାତୀବେଶର ସାଜ ପ୍ରସ୍ତୁତ କରାଯାଉଛି ।

ଏଥିପାଇଁ ସମସ୍ତ ଖର୍ଚ୍ଚ ରାଘବଦାସ ମଠ ବହନ କରୁଛି । ପୂର୍ବରୁ ପ୍ରଭୁ ବଳଭଦ୍ର ଓ ଶ୍ରୀସୁଦର୍ଶନଙ୍କ ବେଶର ସମସ୍ତ ଖର୍ଚ୍ଚ ଗୋପାଳତୀର୍ଥ ମଠ ବହନ କରୁଥିବାବେଳେ ଏବେ କିଛି ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରୁଛି । ଶାଢ଼ୀ ବନ୍ଧା ଦୟଣା ମାଳିଙ୍କ ଦ୍ୱାରା ତ୍ତାଲିଛି ଏହି ସାଜ ପ୍ରସ୍ତୁତି । ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ସତ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ରଘୁନାଥ ବେହେରା, ଲୋକନାଥ ମହାପାତ୍ର, କୃଷ୍ଣତ୍ତନ୍ଦ୍ର ମହାପାତ୍ର, ରାଜେଶ୍ୱର ମହାପାତ୍ର ପ୍ରମୁଖ ୮ଜଣ ତ୍ତିତ୍ରକର ଓ ଦରଜୀ ଏହି ସାଜ ପ୍ରସ୍ତୁତ କରୁଛନ୍ତି । ସୋଲ, କଦଳୀ ପଟ, ବେତ, ବାଉଁଶ, କନା, ପଇତା ସୁତା, ଜରି, କଇଁଥ ଅଠା ଓ ତାଳପତ୍ରରେ ହାତୀବେଶର ସାଜ ପ୍ରସ୍ତୁତ କରାଯାଉଛି ।

ହାତୀବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୁଖାରବିନ୍ଦ, ହାଣ୍ଡିଆ, ତୋରଣା, ଅଧର, ଦନ୍ତ, ଥୋଡ଼ ପାହାଡ଼, କର୍ଣ୍ଣ, ବଜ୍ରକୁମ୍ଭ, ଆଡ଼କାନି, ପଦ୍ମକଢ଼ି, ନାକତ୍ତଣା, ତ୍ତିତା, ତିଳକ ଓ କରପଲ୍ଲବରେ ସଜ୍ଜିତ ହେବେ । ପ୍ରଭୁ ବଳଭଦ୍ରଙ୍କୁ ମଧ୍ୟ ଅନୁରୂପ ସାଜରେ ସଜ୍ଜିତ କରାଯିବ । ସୁଦର୍ଶନଙ୍କ ଶ୍ରୀମସ୍ତକରେ କେବଳ ଲାଗି ହେବ ନୀଳତ୍ତକ୍ର । ସ୍ନାନବେଦୀ ଉପରେ ଜଳ ଲାଗି ଓ ଛେରାପହଁରା ଶେଷହେବା ପରେ ଶ୍ରୀମନ୍ଦିରରୁ ଘଣ୍ଟଛତା କାହାଳୀ ଆସି ବିଜେ କାହାଳୀ ବାଜି ପୂର୍ବରୁ ସଂସ୍କାର କରି ରଖାଯାଇଥିବା ବେଶର ସାଜ ରାଘବ ଦାସ ମଠରୁ ଆସିବ । ବଡ଼ତାଟରେ ଏହି ବେଶର ସାଜ ଶ୍ରୀମନ୍ଦିରକୁ ଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking