32.1 C
Bhubaneswar
Sunday, May 19, 2024
Homeଓଡିଶାଭଙ୍ଗା ଦଦରାଘରେ ମା’-ଝିଅଙ୍କ ଜୀବନ

ଭଙ୍ଗା ଦଦରାଘରେ ମା’-ଝିଅଙ୍କ ଜୀବନ

କଣ୍ଟାପଡ଼ା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନତାଙ୍କ କଲ୍ୟାଣ ପାଇଁ ନାନାବିଧ ଯୋଜନା ପ୍ରଣୟନ କରିବା ସହିତ ଏହାର ବାସ୍ତବ କାର୍ଯ୍ୟ ନେଇ ରାଜକୋଷରୁ ଅଜସ୍ର ସମ୍ବଳ ବିନିଯୋଗ କରିଚାଲିଛନ୍ତି । କିନ୍ତୁ ବିପୁଳ ଅର୍ଥ ବ୍ୟୟରେ ନିଯୁକ୍ତ ହୋଇଥିବା ବାବୁମାନଙ୍କ ଅପରିଣାମଦର୍ଶୀ କାର୍ଯ୍ୟକଳାପ ଯୋଗୁଁ ଆଜି ବି ଅନେକ ଲୋକ ସମାଜରେ ଅବହେଳିତ ଅବସ୍ଥାରେ ପଡ଼ ିରହିବାକୁ ବାଧ୍ୟ ହୋଇଛନ୍ତି । ଏପରିକି ବିଂଶ ଶତାବ୍ଦୀର ଚରମ ଉତ୍କର୍ଷତା ପ୍ରଦର୍ଶନ ସତ୍ତ୍ୱେ କେତେକ ସ୍ଥାନରେ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ହୋଇପାରିନାହିଁ । ଏମିତି ଏକ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ତଥାକଥିତ ଅଗ୍ରଣୀ କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ୍ କଣ୍ଟାପଡ଼ା ଗ୍ରାମରେ ।

ସୂଚନା ଅନୁଯାୟୀ, ଫୁଲନଖରା-ନିଆଳୀ ରାସ୍ତାର କୁଅଁରପୁର ଛକକୁ ବାମପାଶ୍ୱର୍ରେ କଣ୍ଟାପଡ଼ା ଗ୍ରାମ ଆରମ୍ଭ । ଗ୍ରାମର ପ୍ରଥମ ଭାଗରେ ଏକ ଜରାଜୀର୍ଣ୍ଣ ଛାତ ଘରେ ରହୁଛନ୍ତି ନମିତା ଦେଠୀ (୪୮) । ଘରର ଛାତରୁ ପ୍ଲାଷ୍ଟ୍‌ର ସମ୍ପୂର୍ଣ୍ଣ ଖସିପଡ଼ିଲାଣି, କାନ୍ଥ ଓ ଚଟାଣ ମଧ୍ୟ ଫାଟିଗଲାଣି । ବର୍ଷା ହେଲେ ବସିବାକୁ ଜାଗା ନାହିଁ । ତଥାପି ଏଇ ଘରେ ଏକମାତ୍ର ଝିଅକୁ ନେଇ ନମିତା ଜୀବନ ବିତାଉଛନ୍ତି । ଯେ କୌଣସି ମୁହୂର୍ତ୍ତରେ ଛାତ ଭୁଷୁଡ଼ିଯିବାର ଆଶଙ୍କା ମଧ୍ୟ ରହିଛି । ଏଣେ ଦୁଇ ବେଳା ଖାଇବାକୁ ସମ୍ବଳ ନାହିଁ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ କିଲୋ ଚାଉଳ ମିଳୁଛି । ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି । ୨୦ବର୍ଷ ତଳୁ ସ୍ୱାମୀଙ୍କୁ ହରାଇବା ପରେ ନମିତାଙ୍କ ଭାଗ୍ୟରେ କଳାପାଦଲ ଛାଇ ଯାଇଛି । ମାଗିଯାଚି ଝିଅକୁ ପାଠ ପଢ଼ାଉଛନ୍ତି । ପ୍ରଶାସନ ପକ୍ଷରୁ ଅନ୍ତତଃ ପକ୍ଷେ ଘର ଖଣ୍ଡିଏ ଏମାନଙ୍କ ପାଇଁ ବ୍ୟବସ୍ଥା କଲେ ହୁଏତ ଦୁଇ ପ୍ରାଣୀ କୁଟୁମ୍ବଙ୍କ ଜୀବନ କାଳ ଆଉ କିଛି ଦିନ ସୁରୁଖୁରୁରେ ବିତିଯାଆନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking