30.1 C
Bhubaneswar
Monday, May 20, 2024
Homeଓଡିଶାକରୋନା ଦେଖାଇଲା ଅପହଞ୍ଚ ଇଲାକକୁ ରାସ୍ତା

କରୋନା ଦେଖାଇଲା ଅପହଞ୍ଚ ଇଲାକକୁ ରାସ୍ତା

ଇନ୍ଦ୍ରଗଡ଼ : କରୋନା ବାଧ୍ୟ କରିଛି ଗାଁରେ ପହଞ୍ଚାଇବାକୁ । ରାସ୍ତା ଥାଉ କି ନଥାଉ ଏବେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ହୋଇଛନ୍ତି ଗାଁ ମୁହଁ । ସ୍ୱାଧୀନତାର ୭୩ ବର୍ଷ ପରେ ପ୍ରଥମଥର ପାଇଁ ରାଇକିଆ ପ୍ରଶାସନ ପହଞ୍ଚିଥିଲା ଏକ ଦୁର୍ଗମ ଓ ଅପହଞ୍ଚ ଇଲକା ଭାବେ ପରିଚିତ ମାଣିକେଶ୍ୱର ପଞ୍ଚାୟତର ଡ଼ାଙ୍ଗିଣି ଗ୍ରାମରେ । ପଞ୍ଚାୟତ ଠାରୁ ଏହି ଗ୍ରାମର ଦୂରତା ହେଉଛି ୧୫ କିଲୋମିଟର । ରାଇକିଆ ବିଡିଓ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ନେତୃତ୍ୱରେ ଏପିଓ କେଦାର ପଣ୍ଡା , ଗ୍ରାମ ସେବକ ଅନିଲ୍ କୁମାର ପଟନାୟକ , ଜଳ ଓ ପରିମଳ ଯନ୍ତ୍ରୀ ପ୍ରଦ୍ୟୁମ୍ନ ବିଶୋୟୀ , କନିଷ୍ଠଯନ୍ତ୍ରୀ ବିକାଶ ନାୟକ , କମଳ ପ୍ରସାଦ ନାୟକଙ୍କ ସମେତ ମାଣିକେଶ୍ୱର ସରପଞ୍ଚ ଭୂଷଣ ପ୍ରଦାନ ବାଧ୍ୟ ହୋଇ ଜଙ୍ଗଲି ରାସ୍ତାରେ ପ୍ରାୟ ୩କିଲୋମିଟର ପାହାଡ ରାସ୍ତାରେ ଚାଲି ଚାଲି ଯାଇ ପହଁଚିଥିଲେ ଉକ୍ତ ଗ୍ରାମର ।

ତେବେ ପ୍ରଥମଥର ପାଇଁ ଜଣେ ପ୍ରଶାସନିକ ଅଧିକାରୀ ଏଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚିଥିବା ଯୋଗୁଁ ଗ୍ରାମବାସୀଙ୍କ ଖୁସି କହିଲେ ନସରେ । ଏହି ଗ୍ରାମରେ ୧୩ ପରିବାରର ୪୦ରୁ ଉର୍ଦ୍ଧ ଲୋକ ବସବାସ କରିଥାନ୍ତି । ଏହି ଗସ୍ତ ଅବସରରେ ବିଡିଓ ଗ୍ରାମର ବିିଭିନ୍ନ ସମସ୍ୟାନେଇ ଅଞ୍ଚଳବାସୀଙ୍କ ପଚରା ଉଚରା କରିବା ସହିତ ପାଣି ଓ ଗମନା ଗମନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିଭଳି ମନରେଗା ଯୋଜନାରେ ଗ୍ରାମର ସମସ୍ତ ହିତାଧିକାରୀ ଯେଭଳି ଭାବେ ଉପକୃତ ହେବେ ସେଥି ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶୃତି ଦେବା ସହିତ ଘରକୁ ଘର ଯାଇ ଅଞ୍ଚଳବାସୀଙ୍କ ମାକ୍ସ ବାଣ୍ଟିବା ସହିତ ସାବୁନ୍ ପ୍ରଦାନ କରିଥିଲେ । ସେହିଭଳି କରୋନା ଉପରେ ଜଣ ଜଣକୁ କରି ସଚେତନ କରିବା ସହିତ ଟିକା ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking