28.1 C
Bhubaneswar
Wednesday, April 24, 2024
Homeକରୋନାଡେଲ୍‌ଟା ପାଇଁ ଆଷ୍ଟ୍ରାଜେନିକା, ଫାଇଜର ଟିକା ଫଳପ୍ରଦ

ଡେଲ୍‌ଟା ପାଇଁ ଆଷ୍ଟ୍ରାଜେନିକା, ଫାଇଜର ଟିକା ଫଳପ୍ରଦ

ଲଣ୍ଡନ : କୋଭିଡ୍ ଦ୍ୱିତୀୟ ଲହରକୁ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚାଇଥିବା ଡେଲ୍‌ଟ ଭାରିଆଣ୍ଟ୍‌ର ମୁକାବିଲା କରିବାରେ ଆଷ୍ଟ୍ରାଜେନିକା ଓ ଫାଇଜର ଟିକା ଫଳପ୍ରଦ ହେଉଥିବା ଜଣାପଡିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହା ମତବ୍ୟକ୍ତ କରିଛନ୍ତି । ନିକଟରେ ଆଷ୍ଟ୍ରାଜେନିକା ଓ ଫାଇଜର ଟିକାର ଦୁଇଟି ଡୋଜ୍ ନେଇସାରିଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏଭଳି ବ୍ୟକ୍ତିଙ୍କ ଶରୀରରେ ଡେଲ୍‌ଟା କିମ୍ବା କାପ୍ପା ଭାରିଆଣ୍ଟ୍ ପ୍ରଭାବଶୂନ୍ୟ ହୋଇପଡୁଥିବା ରିପୋର୍ଟରେ କୁହାଯାଇଛି । ଏପରିକି ଉପରୋକ୍ତ ଟିକାର ଦୁଇଟି ଡୋଜ୍ ନେଇସାରିଥିବା ୯୦ ପ୍ରତିଶତ ବ୍ୟକ୍ତି ପରବର୍ତ୍ତୀ ସମୟରେ କୋଭିଡ୍ ସଂକ୍ରମିତ ହେଲେ ସୁଦ୍ଧା, ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡିବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking