28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜି ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ଆଜି ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଦେଶର ସମସ୍ତ ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କୁ ସମ୍ବୋଧନ କରିବେ । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ତାଙ୍କ ବାସଭବନରେ ଥାଇ ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନସରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କର ଏହି ଭିଡିଓ କନଫରେନସରେ ରେଡ୍ କ୍ରସ୍ ସମେତ ଶୀର୍ଷସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହେବେ ।
କୋଭିଡ୍-୧୯ ସଙ୍କଟ ଗୁରୁତର ହୋଇଥିବା ଭଳି ପ୍ରତୀୟମାନ ହେଉଥିବା ନିର୍ଦ୍ଦିଷ୍ଟ ୭/୮ଟି ରାଜ୍ୟର ରାଜ୍ୟପାଳଙ୍କ ସହ ରାଷ୍ଟ୍ରପତି ପୁଙ୍ଖାନୁପଙ୍ଖ ଆଲୋଚନା କରିବେ ବୋଲି ସରକାରୀସୂତ୍ରରୁ ଜଣାପଡ଼ିଛି । ବିଶେଷକରି, ରାଷ୍ଟ୍ରପତି ପଞ୍ଜାବ, କେରଳ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ରାଜ୍ୟପାଳମାନଙ୍କ ସହ ସବିଶେଷ ଆଲୋଚନା କରିବେ । ସାଧାରଣତଃ ରାଷ୍ଟ୍ରପତି ରାଜ୍ୟପାଳମାନଙ୍କ ସହ କ୍ୱଚିତ୍ ଆଲୋଚନା କରନ୍ତି । କିନ୍ତୁ ସମ୍ପ୍ରତି ଭାରତ ସମେତ ସମଗ୍ର ବିଶ୍ୱରେ ଉପୁଜିଥିବା ସଙ୍କଟ କଥା ବିଚାର କରି ପରିସ୍ଥିତିର ସମୀକ୍ଷା କରିବାକୁ ରାଷ୍ଟ୍ରପତି ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking