38.1 C
Bhubaneswar
Saturday, April 20, 2024
Homeଓଡିଶାକରୋନାକୁ ନେଇ ରାସ୍ତାକୁ ଓହ୍ଲାଇଲେ ମମତା

କରୋନାକୁ ନେଇ ରାସ୍ତାକୁ ଓହ୍ଲାଇଲେ ମମତା

କୋଲକାତା: ସାରା ବିଶ୍ୱରେ ଏବେ କରେରାନା ଚିନ୍ତା ଘାରିଛି । ଭାରତରେ ଆଜିଯାଏଁ ୨୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୦୦ରୁ ଅଧ୍ଚଳ ଲୋକ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱରେ ୨୪ ହଜାରରୁ ଅଧିକ ଲୋକ ମଲେଣି । ଆମେରିକାରେ ସବୁଠାରୁ ଅଧିଖ ଆକ୍ରାନ୍ତ ହୋଇଛନ୍ତି । ଭାରତରେ କିପରି ଅଧିକ ନ ବ୍ୟାପେ ତାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନ ଯାଏଁ ସାରା ଦେଶକୁ ଲକଡାଉନ କରିଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଏକ ଭିନ୍ନ ଧରଣର ପନ୍ଥା ଆପଣାଇଛନ୍ତି । ସେ ସାମାଜିକ ଦୂରାତର ବାର୍ତ୍ତା ବାଣ୍ଟିଛନ୍ତି ।
ମମତା ବାନାର୍ଜୀ ଗୁରୁବାର କୋଲକାତାର ସଡ଼କରେ ଯାଉଥିବାର ଦେଖାଯାଇଥିଲା । ସେ ସାମାଜିକ ଦୂରତ୍ୱ କିପରି ରକ୍ଷା କରାଯାଇପାରିବ ସାଧାରଣ ଲୋକଙ୍କୁ ବୁଝାଇଥିଲେ । ଏକ ଫଳ ବଜାରରେ ସେ ଓହ୍ଲାଇ ଚକଖଡି ନେଇ ଗୋଲାକୃତି କରିଥିଲେ । ସେ ଲୋକଙ୍କୁ କହିଥିଲେ, ଫଳ କିଣିବା ପୂର୍ବରୁ ଲୋକେ ଗୋଲ ଭିତରେ ଛିଡା ହୁଅନ୍ତୁ । ସାମ୍ନାରେ ଥିବା ଲୋକ ତାର ସ୍ଥାନ ଛାଡ଼ିଲେ ପଛରେ ଛିଡା ହୋଇଥିବା ଲୋକ ଆଗକୁ ବଢ଼ନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking