26.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ଆସୁଛନ୍ତି ରାଷ୍ଟ୍ରପତି

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ସୂଚୀ ମୁତାବକ ସନ୍ଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କ ବିମାନ ଅବତରଣ କରିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ରହି ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ କରିବେ । ସେଠାରୁ ସିଧା ରାଜଭବନ ଫେରି ରାଷ୍ଟ୍ରପତି ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଉରକେଲା ଏନ୍‌ଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଲାଗି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଏହି ଅବସରରେ ସେ ଇସ୍ପାତ ନଗରୀରେ ୨୦୦ ଶଯ୍ୟା ବିଶିଷ୍ଟ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲର ମଧ୍ୟ ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ରବିବାର ସକାଳ ୯ଟା ୧୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ସାଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ରହିବେ । ୯ଟା ୫୫ରେ ତାଙ୍କ ବିମାନ ଝାରସୁଗୁଡ଼ା ବିମାନ ବନ୍ଦର ଠାରେ ଅବତରଣ କଲାପରେ ସେଠାରୁ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ଯୋଗେ ଉଭୟ ରାଉରକେଲା ଯିବେ । ସେହିଭଳି ରାଉରକେଲାରୁ ଗୋଟିଏ ଦିନର କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ପୁଣି ଭୁବନେଶ୍ୱର ଫେରିବା ସହ ରାଜଭବନରେ ରାତ୍ରିଯାପନ କରିବେ ।

ସୋମବାର ସକାଳୁ ସେ ପୁରୀ ଯିବେ । ଦିନ ୧୧ଟା ୧୫ରେ ସେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଅପରାହ୍ନ ୪ଟା ୧୫ରେ ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଯିବା ସହ ସେଠାରୁ ଫେରି ୫ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦୃଷ୍ଟିରୁ ରାଉରକେଲା, ପୁରୀ, କୋଣାର୍କ ସମେତ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡିଂ ସାଙ୍ଗକୁ ଫୋର୍ସ ମୁତୟନ ଏବଂ ସିସିଟିଭି ସର୍ଭେଲାନ୍ସର ଟିକିନିକି ତଦାରଖ କରିଛନ୍ତି ଡିଜିପି ଅଭୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking