39.1 C
Bhubaneswar
Friday, April 26, 2024
Homeଓଡିଶାଦୋଳ ଉତ୍ସବ ଓ ହୋଲି ପାଳନ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର

ଦୋଳ ଉତ୍ସବ ଓ ହୋଲି ପାଳନ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ସତର୍କ ହୋଇଉଠିଛନ୍ତି ଓଡ଼ିଶା ସରକାର । ରାଜ୍ୟରେ ଯେପରି ସଂକ୍ରମଣ ନ ବ୍ୟାପେ ସେଥିଲାଗି ରାଜ୍ୟ ସରକାର ଆଗକୁ ଥିବା ଦୋଳ ଓ ହୋଲି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ଦୋଳ ଉତ୍ସବରେ ଜନସମାଗମକୁ ଅନୁମତି ଦିଆଯିବ ନାହିଁ। ତେବେ ମନ୍ଦିର ଓ ଧର୍ମାନୁଷ୍ଠାନରେ ପରମ୍ପରା ଅନୁସାରେ ଦୋଳ ଉତ୍ସବ କୋଭିଡ କଟକଣା ମାନି ପାଳନ କରାଯିବ । ଜିଲ୍ଲାପାଳ ବା ମ୍ୟୁନିସିପାଲ କମିଶନରଙ୍କ ଅନୁମତିକ୍ରମେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଲଣ ଆୟୋଜନ କରାଯାଇପାରିବ । ଅନ୍ୟପକ୍ଷରେ ଆସନ୍ତା ୨୮ ଓ ୨୯ ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ନିଷିଦ୍ଧ କରାଯାଇଛି । ଲୋକମାନେ ନିଜ ଘରେ ପରିବାର ଲୋକଙ୍କ ସହ ହୋଲି ଉତ୍ସବ ପାଳନ କରିପାରିବେ । ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବା ମ୍ୟୁନିସିପାଲ କମିଶନର ଅତିରିକ୍ତ କଟକଣା ଲଗାଇପାରିବେ ।

ସୂଚନାଯୋଗ୍ୟ, କଟକ ଡିସିପି ଶୁକ୍ରବାର କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡ୍‌ଲାଇନ୍ ଜାରି କରି କୋଭିଡ୍ କଟକଣା ଭିତରେ କଟକରେ ଦୋଳ, ହୋଲି ଓ ମେଳଣ ଅନୁଷ୍ଠିତ ହେବ ବୋଲି କହିଥିଲେ । ପର୍ବ ପାଳନ ବେଳେ ମେଳଣ ପଡ଼ିଆରେ ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କହିଥିଲେ । ନିଜ ଘରେ ହୋଲି ପାଳିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଜାରି ହୋଇଥିବା ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking