33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗୁଜରାଟ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସାବରମତୀ ଆଶ୍ରମରେ ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସାବରମତୀ ଆଶ୍ରମରେ ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଅହମ୍ମଦାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ସୋମବାର ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ପ୍ରଥମେ ସେ ସାବରମତୀ ଆଶ୍ରମ ପହଞ୍ଚି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଜଣାଇବା ପରେ ଚରଖା ଚଳାଇଥିଲେ । ଏହି ଅବସରରେ ତାଙ୍କ ସହିତ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ରାଜ୍ୟ ସ୍ୱାସ୍ଥ୍ୟ, ଜଳସେଚନ, ଜଳଯୋଗାଣ ଏବଂ ବନ୍ଦର ବିକାଶ ସମ୍ବନ୍ଧିତ ୧୩୩୦ କୋଟି ଟଙ୍କାର ବିଭିନ୍ନ ପରିଯୋଜନାର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସୋମବାର ସନ୍ଧ୍ୟାରେ ତାଙ୍କ ସମ୍ମାନାର୍ଥେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧୀନଗରରେ ଆୟୋଜିତ ଏକ ନାଗରିକ ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିଥିଲେ । ଜୁଲାଇରେ ଦେଶର ୧୫ତମ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking