28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀର ଗସ୍ତରେ ଅମିତ ଶାହ

ଜମ୍ମୁ-କଶ୍ମୀର ଗସ୍ତରେ ଅମିତ ଶାହ

ଜମ୍ମୁ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଜମ୍ମୁରେ ପହଞ୍ଚିଛନ୍ତି । ଉପରାଜ୍ୟପାଳ ମନୋଜ ସିହ୍ନା ସେଠାରେ ତାଙ୍କର ସ୍ୱାଗତ କରିଛନ୍ତି । ଗସ୍ତର ପ୍ରଥମ ଦିନ ଅର୍ଥାତ୍ ମଙ୍ଗଳବାର ସକାଳେ ଅମିତ ଶାହ ବୈଷ୍ଣୋଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପୂଜା ପରେ ଜମ୍ମୁରେ ବିଭିନ୍ନ ପରିଯୋଜନାର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ଏହାପରେ ରାଜୌରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ସେଠାରେ କେତେକ ବିକାଶ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରିବେ । ଏହା ସହିତ ସେ ସେଠାରେ ବସବାସ କରୁଥିବା ପାହାଡି ଅଧିବାସୀଙ୍କୁ ଅନୁସୂଚୀତ ଜନଜାତି (ଏସ୍‌ଟି) ମାନ୍ୟତା ପ୍ରଦାନର ଘୋଷଣା କରିପାରନ୍ତି । ଅକ୍ଟୋବର ୫ ତାରିଖରେ ଶାହ ଶ୍ରୀନଗର ରାଜଭବନରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ସେହିପରି ଶ୍ରୀନଗରରେ ବିଭିନ୍ନ ପ୍ରତିନିଧି ମଣ୍ଡଳୀ ସହିତ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking