28.1 C
Bhubaneswar
Saturday, April 27, 2024
Homeଓଡିଶାଆଉ ଶୁଭିବ ନାହିଁ "ଶହେ ଘୋଡାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ"

ଆଉ ଶୁଭିବ ନାହିଁ “ଶହେ ଘୋଡାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ”

ଭୁବନେଶ୍ୱର : ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ପିପିଲି ବିଧାନସଭା କ୍ଷେତ୍ରର  ଜଣେ ଦକ୍ଷ ସଂଘଟକ, ପୂର୍ବତନ କୃଷି  ମନ୍ତ୍ରୀ,ସରକାରୀ ମୁଖ୍ୟ ସଚେତକ ତଥା ପିପିଲି  ବିଧାୟକଙ୍କ ୬୫ ବୟସରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। ତେବେ ସରକାରୀ ବାସଭବନ ଅଣାଯାଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ବାସଭବନରୁ ବିଧାନସଭାକୁ ନିଆଯିବ ମରଶରୀର । ପୂର୍ବାହ୍ମ ୯ଟାରେ ଦଳୀୟ କାର୍ଯ୍ୟାଳୟ ଆସିବ । ଏହାପରେ ପିପିଲି ସ୍ଥିତ ବାସଭବନକୁ ନିଆଯିବ । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ସେ ପିପିଲି ବିଧାନସଭା କ୍ଷେତ୍ରରୁ  କ୍ରମାଗତ  ଭାବରେ ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ପୂର୍ବରୁ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ସମ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା ।।ପ୍ରଦୀପ ମହାରଥୀ ୧୯୫୫ ମସିହାର ଜୁଲାଇ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ପରିବାର ତରଫରୁ  ଅମର ଆତ୍ମାର ସଦଗତି  କାମନା କରିବା ସହିତ ତାଙ୍କର ଶୋକାକୁଳ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ମହାପ୍ରଭୁ ସହାୟକ ହୁଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking