32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: କୌଣସି ସମସ୍ୟାର ଆଶଙ୍କା କରି ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଅପରାହ୍ନରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତତ୍ରା ବନ୍ଧନରେ ଆବଦ୍ଧ ହେବେ । କର୍ମକ୍ଷେତ୍ରରେ ତରତରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ।

ବୃଷ: ଆଜି ଭ୍ରମଣଜନିତ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟା ଦେଖାଦେଇପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ସାଙ୍ଗକୁ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ରାଜନୀତି ତଥା ସାଙ୍ଗଠନିକ କ୍ଷେତ୍ରରେ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ ।

ମିଥୁନ: ସମସ୍ୟା ବିଜଡ଼ିତ ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଦୂର ବାଣିଜ୍ୟରେ ବାଧାପ୍ରାପ୍ତ ହୋଇପାରେ । ବିଳମ୍ବିତ ସମୟରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ । ମହିଳାମାନେ ସୁବିଧାରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ।

କର୍କଟ: କର୍ମଭାବରେ ରବି ରହିଥିବା ହେତୁ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ । କି”ୁ କୌଣସି ଅସୁବିଧା ହେବନାହିଁ । ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟକଲେ ବିଶେଷ ଭାବରେ ଉପକୃତ ହେବେ । ନିକଟ ସମ୍ପର୍କୀୟ ଭାଇଙ୍କ ସ୍ୱାସ୍ଥ୍ୟ ସକାଶେ ଚି”ା କରିପାର”ି ।

ସିଂହ : ବନ୍ଧୁ ଦର୍ଶନର ଯୋଗ ରହିଛି । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରଙ୍କ ପ୍ରୀୟଭାଜନ ହେବ । ମହିଳାମାନେ ଦୂରଯାତ୍ରା କରିପାରନ୍ତି ।

କନ୍ୟା : ଗତକାଲି ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ । ସଯ୍ୟାଶାୟୀ ପିତାଙ୍କ ସ୍ୱାସ୍ଥ୍ୟ ଚି”ାର କାରଣ ହୋଇପାରେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ ।

ତୁଳା: ମଧ୍ୟାହ୍ନ ପରେ କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଗତକାଲିଠାରୁ ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଆଜି ଶେଷ କରିପାରିବେନି । ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ବହୁତ ଝଡ଼ଝା ମଧ୍ୟରେ ଋଣ ସୂତ୍ରରେ ଅର୍ଥଲାଭ କରିବେ ।

ବିଛା: ସଭାସମିତି ପୂରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ଆଜିଦିନଟି ବହୁତ ଭଲ ଲାଗିପାରେ । ପରିବାରରେ ଘଟିଯାଇଥିବା କୌଣସି ଦୁଃଖର କଥାକୁ ମନରେ ରଖି ପାରିବେ ନାହିଁ । ନୂତନ ଯାନବାହନ କିମ୍ବା ମୂଲ୍ୟବାନ ଜିନିଷ କରିବା ସକାଶେ ପିଲାମାନେ ଅଳି କରିପାରନ୍ତି ।

ଧନୁ: ଆଜିର କାମ ସକାଶେ ଆପଣଙ୍କର ସମ୍ପର୍କୀୟ ଜଣେ ମନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ନୂତନ ଜାଗା କ୍ରୟ କରିପାର”ି । ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିବ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାର”ି । ବ୍ୟବସାୟରେ କ୍ଷତି ସମ୍ଭାବନା ଅଛି ।

ମକର : ଅର୍ଥ କ୍ଷେତ୍ରରେ ସୁଫଳ ମିଳିବ । ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ । ଦୁର୍ଘଟଣା ଘଟିପାରେ । ପିତାଙ୍କ ଦେହ ଖରାପ ହୋଇପାରେ । ମହିଳାମାନେ ପୁତ୍ର ଚି”ା କରିପାରନ୍ତି ।

କୁମ୍ଭ: ଆଜି ସକାଳୁ ସକାଳୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ ଦୃଷ୍ଟିକୋଣରୁ ବିଚାର କରିଗ୍ରହଣ କରିପାର”ି । ଶତ୍ରୁ ମିତ୍ର ଛଳରେ ଆସି କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ପାରିବାରିକ ଜୀବନଚର୍ଯ୍ୟାରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking