24.1 C
Bhubaneswar
Tuesday, October 27, 2026
Homeଦେଶ ବିଦେଶଆଗୁଆ ସିରିଜରେ ଜିତିଲା ଭାରତ

ଆଗୁଆ ସିରିଜରେ ଜିତିଲା ଭାରତ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡକୁ ଭାରତ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ପରାସ୍ତ କରିଛି। ସ୍ଥାନୀୟ ହେନରୀ ଷ୍ଟାଡିୟମରେ ଭାରତୀୟ ଟିମ୍‌ ୫ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଆରମ୍ଭରୁ ୨ଟି ମ୍ୟାଚ୍‌ ଜିତି ସାରିଥିଲା ବେଳେ ତୃତୀୟ ମୁକାବିଲାରେ ଧାରା ଜାରି ରଖିଛି। ଫଳରେ ଭାରତ ୩-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମୁକାବିଲାରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡର ଟିମ୍‌ ପ୍ରଥମେ ବ୍ୟାଟିଂ କରି ୩ଟି ୱିକେଟ୍‌ରେ ୧୯୮ ରନ୍‌ କରିଥିଲା। ଭାରତ ୧୩.୨ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି।  ଭାରତ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ତେବେ ନ୍ୟୁଜିଲାଣ୍ଡ ଟିମ୍‌ ଅଭିଷେକ ଶର୍ମା ଙ୍କ ଆଗରେ ମୁଣ୍ଡ ନୁଆଁଇଥିଲା। ଅଭିଷେକ ଶର୍ମା ୩୮ଟି ବଲ୍‌ ସମ୍ମୁଖୀନ ହୋଇଥିଲେ। ସେ ୯ଟି ଚୌକା ଏବଂ ୧୧ଟି ଛକା ବଳରେ ୧୧୩ ରନ୍‌ ସଂଗ୍ରହ କରିଥିଲେ। ଭାରତୀୟ ସ୍କୋରରେ ବୈଭବ ସୂର୍ଯ୍ୟବଂଶୀଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା। ସେ ୧୯ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୪ଟି ଛକା ସହିତ ୪୫ ରନ୍‌ ସଂଗ୍ରହ କରିଥିଲେ।  ଦ୍ରୁତଗତିରେ ବ୍ୟାଟିଂ କରିଥିଲେ। ଅଭିଷେକ ୧୫ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ୫ ଓଭରରେ ୧୦୦ ରନ୍‌ ପୂରା କରିଥିଲଶ। ସବୁଠାରୁ ବଡ଼ କଥା ହେଲା ଯେ, ଟିମ୍‌ ଇଣ୍ଡିଆର ପ୍ରାରମ୍ଭ ସମୟରେ ପାୱାରପ୍ଲେ ସମୟରେ ୧୧୮ ରନ୍‌ ଦେଇଥିଲେ ପ୍ରାରମ୍ଭିକ ବ୍ୟାଟର ଯୋଡ଼ି। ଏହି ପାୱାରପ୍ଲେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠାରୁ ଦ୍ରୁତ ଟିମ୍‌ ସ୍କୋର ଥିଲା। ବୈଭବ ଏବଂ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ପାଖାପାଖି ବିଜୟର ଦ୍ବାରଦେଶରେ ଥିଲା। ଏହି ସମୟରେ ଅଧିନାୟକ ଶ୍ରେୟସ ଆୟର (୫ରନ୍‌) ଏବଂ ସଂଜୁ ସାମସନ (୧୮ରନ୍‌)ରେ ଆଉଟ୍‌ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking