24.1 C
Bhubaneswar
Tuesday, October 27, 2026
Homeଓଡିଶାକୋଟିଆ ପ୍ରସଙ୍ଗ; ‘ସରକାର ଇଚ୍ଛାଶକ୍ତି ଦେଖାନ୍ତୁ’: ପ୍ରସନ୍ନ ଆଚାର୍ଯ୍ୟ

କୋଟିଆ ପ୍ରସଙ୍ଗ; ‘ସରକାର ଇଚ୍ଛାଶକ୍ତି ଦେଖାନ୍ତୁ’: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜନୀତି ଓ ବୟାନବାଜି ଜୋର ଧରିଛି । କୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କୋଟିଆ ମାମଲା କୋର୍ଟରେ ଆଗରୁ ପଡିଛି । ଏଥିରୁ ସମାଧାନ ବାହାରିବା ସମ୍ଭବ ପର ନୁହେଁ । ରାଜନୈତିକ ସ୍ତରରେ ସମାଧାନ ହେବାର ଆବଶ୍ୟକତା ରହିଛି । କାରଣ ଓଡିଶା, ଭାରତ ଓ ଆନ୍ଧ୍ରରେ ଗୋଟିଏ ଦଳର ସରକାର ଅଛି । ସରକାର ସୀମା ସୁରକ୍ଷା ପାଇଁ ଇଚ୍ଛା ଶକ୍ତି ପ୍ରକାଶ କଲେ ବିରୋଧୀ ସହଯୋଗ କରିବେ । ରାଜ୍ୟର ସ୍ୱାର୍ଥ ସହ କୌଣସି ଅବହେଳାକୁ ବିଜେଡି ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି । ସେପଟେ ଜବାବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ନବୀନ ବାବୁ ଓଡିଶାର ବର୍ଷିଆନ ନେତା । ତାଙ୍କର ଯେତିକି ଅନୁଭବ ଅଛି କାହାର ନାହିଁ । ଓଡିଶାର ବିପତ୍ତି ସମୟରେ ତାଙ୍କର ସହଯୋଗ ଲୋଡିବୁ । ବିରୋଧୀ ଦଳ ସମାଲୋଚନା କରିବାର ଅଧିକାର ଅଛି । କିନ୍ତୁ ପ୍ରଶ୍ନ ଉଠାଇବାର ସମୟ ଥାଏ । ନଭେମ୍ବରରେ ବିଧାନସଭାରେ ସେଠି ପ୍ରଶ୍ନ ଉଠାଇପାରିବେ । ଓଡ଼ିଶାର ଅସ୍ମିତା, ସ୍ୱାଭିମାନକୁ ବଂଚେଇବା ପାଇଁ ସମସ୍ତେ ଏକ ହୋଇ ଲଢ଼ିବା | ଆନ୍ଧ୍ରର ପ୍ରୟାସକୁ ମିଶିକି ପ୍ରତିହତ କରିବା ବୋଲି କହିଛନ୍ତି ସୁରେଶ ପୂଜାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking