26.1 C
Bhubaneswar
Friday, October 30, 2026
Homeଓଡିଶାବନ୍ୟା ପ୍ରଭାବିତ ରାଇକିଆବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ...

ବନ୍ୟା ପ୍ରଭାବିତ ରାଇକିଆବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପକ୍ଷରୁ ଡାକ୍ତରୀ ଦଳ ନିୟୋଜିତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ତ୍ୱରିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ, ଫୁଲବାଣୀର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ ଏକ ୪ ଜଣିଆ ଡାକ୍ତରୀ ଦଳକୁ ରାଇକିଆ ଅଞ୍ଚଳକୁ ପଠାଯାଇଛି । ସେମାନେ ସେଠାରେ ରାଇକିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ଯୋଗାଇଦେବେ । ଏହି ଡାକ୍ତରୀ ଦଳ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ବିଶେଷଜ୍ଞ ଚିକିତ୍ସା ସେବା ସହିତ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଯୋଗାଇଦେବେ। ଏଥିସହ ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ରୋଗ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ପ୍ରତିରୋଧ, ସ୍ୱଚ୍ଛତା ରକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking