31.1 C
Bhubaneswar
Sunday, May 5, 2024
Homeଓଡିଶାନ୍ୟାୟ ପାଇବା ପାଇଁ ଏ ଥାନାରୁ ସେ ଥାନା ବୁଲୁଛନ୍ତି ଆଦିବାସୀ ମହିଳା

ନ୍ୟାୟ ପାଇବା ପାଇଁ ଏ ଥାନାରୁ ସେ ଥାନା ବୁଲୁଛନ୍ତି ଆଦିବାସୀ ମହିଳା

ତେଲକୋଇ-ନ୍ୟାୟ ପାଇବା ପାଇଁ ଆଠ ମାସର କଅଁଳ ପିଲାକୁ ଧରି ଏଥାନା ରୁ ସେ ଥାନା ବୁଲୁଛନ୍ତି ଆଦିବାସୀ ମହିଳା ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ।ମୟୂରଭଞ୍ଜ ଜିଲ୍ଲା ଗୁରୁମହିଷାଣି ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁ ର ବାପା ଛେଉଣ୍ଡ ଝିଅ ପୂର୍ଣ୍ଣିମା ନାୟକ ୨୦୧୮ ମସିହା ରେ ତେଲକୋଇ ଥାନା ଅନ୍ତର୍ଗତ ହାଲପୋଡି ଗାଁ ର ଦିଲ୍ଲୀପ କୁମାର ସାହୁ ଙ୍କ ପୁତ୍ର ମୁକେଶ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ମହାଦେଇଯୋଡା ଗାଁରେ ଭଡା ଘରେ ରହୁଥିଲେ । ମୁକେଶ ଙ୍କ ଔରସରୁ ଏକ ଆଠ ମାସର ଶିଶୁପୁତ୍ର ମଧ୍ୟ ଜନ୍ମ ହୋଇ ଥିବାବେଳେ ୧ ମାସ ହେବ ମୁକେଶ ଆଉ ଜଣଙ୍କୁ ବିବାହ କରିଛନ୍ତି ।ଏଘଟଣା ଜାଣିବା ପରେ ପିଡିତା ଆଦିବାସୀ ମହିଳା ଜଣଙ୍କ ମୁକେଶ ଙ୍କ ଘରକୁ ମାର୍ଚ୍ଚ ମାସ ୨୪ ତାରିଖରେ ଆସିଥିଲେ ।ପୂର୍ଣ୍ଣିମା ଙ୍କୁ ତାଙ୍କ ସ୍ବାମୀ ମୁକେଶ ଜାତୀଆଣ ଆକ୍ଷେପ କରି ଘରେ ପୁରେଇ ଦେଇ ନଥିଲେ । ଜୀବନରୁ ମାରି ଦେବାର ଧମକ ଦେଇ ପୂର୍ଣ୍ଣିମା ଙ୍କୁ ରାଇସୁଆଁ ଥାନା ଅନ୍ତର୍ଗତ ମହାଦେଇଯୋଡା ଗାଁ ଭଡା ଘରେ ଛାଡି ଦେଇଥିଲେ ।ଏସର୍ମ୍ପକରେ ପୂର୍ଣ୍ଣିମା ରାଇସୁଆଁ ଥାନାରେ ଅଭିଯୋଗ ପାଇଁ ଯାଇଥିବା ବେଳେ ତୁମ ଶାଶୁଘର ତେଲକୋଇ ରେ କହି ତେଲକୋଇ ଥାନାକୁ ରାଇସୁଆଁ ପୁଲିସ ପଠାଇ ଦେଇଥିଲେ ।ତେବେ ତେଲକୋଇ ପୁଲିସ ମଧ୍ୟ ତାଙ୍କ ଅଭିଯୋଗ କୁ ରଖି ନଥିବା ପୂର୍ଣ୍ଣିମା ପ୍ରକାଶ କରିଛନ୍ତି । ଆଠ ମାସର ଶିଶୁପୁତ୍ର ଙ୍କୁ ଧରି ଏଥାନା ରୁ ସେ ଥାନାକୁ ଘୁରି ବୁଲୁଛନ୍ତି ପିଡିତା ମହିଳା ।ତାଙ୍କ ସ୍ବାମୀ ଙ୍କୁ ତାଙ୍କୁ ଫେରାଇ ଦେବାପାଇଁ ଆକୁଳ ନିବେଦନ କରିଛନ୍ତି ପୂର୍ଣ୍ଣିମା।ସମାଜ ସେବୀ ମହାମାୟୀ ମା ଙ୍କ ସହଯୋଗ ରେ ନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ଅଧ୍ୟକ୍ଷା ଙ୍କ ହସ୍ତକ୍ଷେପ ପରେ ଅପରାହ୍ନ ୩ଟା ବେଳେ ତେଲକୋଇ ପୁଲିସ ପିଡିତା ମହିଳା ଙ୍କ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ବାଇଟ୧-ପୂର୍ଣ୍ଣିମା ନାଏକ,ପିଡିତା ମହିଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking