30.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର : କରୋନା ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର । ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ବସ୍‌, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି । ଆସିବାର ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଜରୁରୀ । ଦୁଇ ଡୋଜ୍ ଟିକା ନେଇଥିଲେ ଓଡ଼ିଶା ପ୍ରବେଶକୁ ଅନୁମତି ମିଳିବ । ନେଗେଟିଭ ରିପୋର୍ଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରହିବାକୁ ପଡ଼ିବ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଟିଏମସି ସ୍ଥାପନ ଓ ପରିଚାଳନା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଲାଗି ଗୋଷ୍ଠୀଗତ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ।

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉଭୟ ପଟୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଏପ୍ରିଲ୍ ୩୦ ଯାଏ ବାତିଲ୍ କରାଯାଇଛି । ସୀମା ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଅଥବା ୭୨ ଘଣ୍ଟା ମଧ୍ୟରେ କରିଥିବା କୋଭିଡ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ସମସ୍ତ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ୍ କଟକଣା ମାନିବା ସହ ନିଜସ୍ୱ ଆଇସୋଲେସନ୍ ବ୍ୟବସ୍ଥା କରିବେ । କୋଭିଡ୍ ପଜିଟିଭ୍ ବାହାରିଲେ ସଂସ୍ଥା ସେମାନଙ୍କ ଲାଗି ଖର୍ଚ୍ଚ କରିବ । କୌଣସି ସଂସ୍ଥା କୋଭିଡ୍ ନିୟମ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ ଏନେଇ ନିୟମିତ ଶିଳ୍ପ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବାଣିଜ୍ୟକ ପ୍ରତିଷ୍ଠାନ ସହ ଆଲୋଚନା କରିବେ । କୋଭିଡ୍ କଟକଣା ମାନିବା ଯେଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ୍ ସ୍କାନିଂ ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking