30.1 C
Bhubaneswar
Saturday, May 18, 2024
Homeଓଡିଶାସ୍ମାର୍ଟ ସିଟିରେ ପ୍ରିମିୟମ୍‍ ଲଣ୍ଡ୍ରି ସେବା ଆରମ୍ଭ 

ସ୍ମାର୍ଟ ସିଟିରେ ପ୍ରିମିୟମ୍‍ ଲଣ୍ଡ୍ରି ସେବା ଆରମ୍ଭ 

 

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରରେ ବ୍ରାଣ୍ଡ୍‍ ନ୍ୟୁ ପ୍ରିମିୟମ ଏବଂ ଇକୋ-ଫ୍ରେଣ୍ଡଲି ଲଣ୍ଡ୍ରି ତଥା ଅତ୍ୟାଧୁନିକ ଡ୍ରାଏ କ୍ଲିନିଂ ସେବା ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ମେଟାନୋଇଆ ଏଣ୍ଟରପ୍ରାଇଜେସ୍‍ ତରଫରୁ ପଟିଆଠାରେ ଉଦ୍‍ଘାଟିତ ହେବାକୁ ଯାଉଛି ‘ଦି ଟମ୍ବଲଡ୍ରାଏ’ । ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପୂର୍ଣ୍ଣ ଏହି ସଂସ୍ଥାନ ଓଡ଼ିଶାରେ ଷ୍ଟାର୍ଟଅପ୍‍

ଅଭିଯାନକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ । ‘ଷ୍ଟେଟ୍‍  ଅଫ୍‍ ଦ ଆର୍ଟ’ ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ ଏହି ୟୁନିଟ୍‍ ସଫେଇ କ୍ଷେତ୍ରରେ ଏକ ଅନନ୍ୟ ଅନୁଭବ ଓ ଅନବିଦ୍ୟ

ସୁବିଧା ଯୋଗାଇଦେବାକୁ ଯାଉଥିବା ଜଣାଯାଇଛି । କ୍ଲାନ୍ତକାରୀ ଏବଂ ସମୟସାପେକ୍ଷ ଘର  ଜଞ୍ଜାଳ ଯୋଗୁଁ ଆମ ପରିବାର ବହନ କରୁଥିବା ଅନାବଶ୍ୟକ ଅକଥନୀୟ ଭାରକୁ ହ୍ରାସ

କରିବା ପାଇଁ ‘ଟମ୍ବଲଡ୍ରାଏ’ ତରଫରୁ ଅଭିନବ ସଫେଇ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି ।

ମେଟାନୋଇଆ ଏଣ୍ଟରପ୍ରାଇଜେସ୍‍ର ତିନିଜଣ ଯୁବ ଶୀଳ୍ପଦ୍ୟୋଗୀ ରାବେନ୍‍ ପାଢ଼ୀ, ଶ୍ରୀକାନ୍ତ ନାୟକ ଏବଂ ପ୍ରିୟରଞ୍ଜନ ପଟ୍ଟନାୟକ ପ୍ରଥମ ଥର ପାଇଁ ଓଡ଼ିଶାରେ ସଫେଇ ସେବା

କ୍ଷେତ୍ରରେ ‘ଟମ୍ବଲଡ୍ରାଏ’ ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସେମାନଙ୍କର ପ୍ରତିବଦ୍ଧତା ଘୋଷଣା କରିଛନ୍ତି । ଏକମାତ୍ର ଓ ଅସଲ ଉଦ୍ଦେଶ୍ୟ ହେଉଛି ଅଫିସରେ କାର୍ଯ୍ୟରତ

ମା’, ଭଉଣୀ, ଭାଇ, ସ୍ୱାମୀ ଏବଂ ନିଷ୍କ୍ରିୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ସଫେଇଗତ ବାଧ୍ୟବାଧକତାକୁ ଲାଘବ କରିବା ।

ନିମ୍ନଲିଖିତ ବିଷୟବସ୍ତୁ ଗୁଡ଼ିକ ହେଉଛି ‘ଟମ୍ବଲଡ୍ରାଏ’ ପଟିଆର ମୁଖ୍ୟ ଆକର୍ଷଣ :

ପୋଷାକ ଉପରେ କୋମଳତା : ଏଠାରେ ଗ୍ରାହକ ଡ୍ରାଏ ୱାସ୍‍ର ଖାସ୍‍ ସୁବିଧା ଲାଭ କରନ୍ତି । କାରଣ ‘ଟମ୍ବଲଡ୍ରାଏ’ ସଫା ପାଇଁ ଇକୋ-ଫ୍ରେଣ୍ଡଲି ରସାୟନିକ ପଦାର୍ଥ ବ୍ୟବହାର

କରିଥାଏ ଯାହାକି ପୋଷାକ ଏବଂ ପରିବେଶ ପାଇଁ କୋମଳ ଅଟେ ।

ଅତ୍ୟନ୍ତ ସରଳ ଓ ଜୀବନ୍ତ ସଫେଇ : ଏଠାରେ ଗ୍ରାହକମାନେ ସେମାନଙ୍କର ଲୁଗା ସଫା ହେବା ଏବଂ ଶୁଖିବା ଆଖିଆଗରେ ଦେଖିପାରନ୍ତି । ‘ଟମ୍ବଲଡ୍ରାଏ’ ମୋବାଇଲ ଆପ୍‍

ଜରିଆରେ ଦୁଆରମୁହଁରୁ ମଇଳା ବସ୍ତ୍ରକୁ ଆରାମରେ ଭାଙ୍ଗି ସିଲ୍‍ଡ଼  ବ୍ୟାଗରେ ଭର୍ତ୍ତି କରି ନେଇଥାଏ ଏବଂ ସଫା ପରେ ଶୁଷ୍କ ଓ ପରିଷ୍କାର ଲୁଗାପଟାକୁ ପୁଣି ଘର ପାଖରେ

ସୁରକ୍ଷିତ ଭାବେ ପହୁଞ୍ଚାଇଥାଏ ।

ଦାଗ ଅପସାରଣରେ ସିଦ୍ଧତା : ସାଧାରଣତଃ ଲୋକମାନେ ପୋଷାକରୁ ଦାଗ ହଟାଇବା ପାଇଁ ଘରୋଇ ଉପଚାରର ସାହାରା ନେଇଥାନ୍ତି । କିନ୍ତୁ କିଛି ଦାଗ ଏଭଳି ଜଟିଳ

ହୋଇଥାଏ ଯେ ଏହାକୁ ଲିଭାଇବା ଅସମ୍ଭବ ବ୍ୟାପାର ହୋଇଥାଏ । ‘ଟମ୍ବଲଡ୍ରାଏ’ ପଟିଆରେ ଥିବା ଉତ୍ତମ ତାଲିମପ୍ରାପ୍ତ ପେସାଦାରୀ ତଥା ଅଭିଜ୍ଞ କାରିଗରମାନେ ଏଭଳି

କଷ୍ଟକର କାର୍ଯ୍ୟକୁ ଯତ୍ନ ଓ ସତର୍କତାର ସହିତ ସମାପନ କରିବାରେ ସିଦ୍ଧହସ୍ତ ହାସଲ କରିଛନ୍ତି ।

ସୂକ୍ଷ୍ମ ସଫେଇ : ସିଫନ୍‍, ମୁଆ, ନିନନ୍‍ ଏବଂ ଏମ୍ବ୍ରୋଏଡ୍‍ ରେଶମ ପରି ସୂକ୍ଷ୍ମ କପଡ଼ା ସଫା କରିବା ସମୟରେ ଯେଭଳି ଉଚ୍ଚକୋଟିର ସତର୍କତା, ବ୍ୟାପକଭାବରେ ଯତ୍ନବାନ

ଏବଂ ସମ୍ବେଦନପୂର୍ଣ୍ଣ ନିୟନ୍ତ୍ରଣର ଆବଶ୍ୟକତା ପଡ଼ିଥାଏ ତାହା ‘ଟମ୍ବଲଡ୍ରାଏ’ ନିକଟରେ ଉପଲବ୍ଧ ଅଛି । ଏହିଭଳି ସ୍ପର୍ଷକାତର କପଡ଼ାଗୁଡ଼ିକର ସଫେଇ ପାଇଁ ସେମାନଙ୍କ

ନିକଟରେ ମହଜୁଦ ସ୍ୱତନ୍ତ୍ର ସଫେଇ ଶୈଳୀ ଏଗୁଡ଼ିକର ସୂକ୍ଷ୍ମତା ଓ ସ୍ୱତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିଥାଏ ।

ସମାନ ଦିବସରେ ସଫା ଓ ବିତରଣ :  ଗ୍ରାହକ ମାନଙ୍କ ଠାରୁ  ସମାନ ଦିବସରେ ପରିଧାନ ବସ୍ତ୍ର ଗ୍ରହଣ , ସଙ୍ଗେ ସଙ୍ଗେ

ସଫେଇ ଏବଂ ସେହିଦିନ ବିତରଣ କରାଯିବା ପଟିଆ ସ୍ଥିତ ‘ଟମ୍ବଲଡ୍ରାଏ’ର ସବୁଠୁ ବଡ଼ ବିଶେଷତ୍ୱ । ‘ଟମ୍ବଲଡ୍ରାଏ’ର ମୁଖ୍ୟ ସଫେଇ ସେବା ମଧ୍ୟରେ ବାଷ୍ପ ଇସ୍ତ୍ରି, କ୍ଷେତ୍ର ଉପରେ ସଫା

କରାଯିବା, ଗଭୀରତାର ସହିତ ସଫା କରିବା ଏବଂ ସୋଫା ଓ କାର୍ପେଟ ଆଦିକୁ ସଫା କରିବା ଅନ୍ୟତମ ଅଟେ ।

ଭୁବନେଶ୍ୱରର ପଟିଆସ୍ଥିତ କିଟ୍‍ ଛକ ନିକଟରେ ନୂତନ କରି ପ୍ରତିଷ୍ଠିତ ‘ଟମ୍ବଲଡ୍ରାଏ’ ଷ୍ଟୋର୍‍ର ଶୁକ୍ରବାର ଏପ୍ରିଲ ୯ ତାରିଖ ୨୦୨୧ଦିନ ସନ୍ଧ୍ୟା ୬.୩୦ରେ ଉଦ୍‍ଘାଟନ

ହେବାର କାର୍ଯ୍ୟକ୍ରମ ରହିଛି । ଉଦ୍‍ଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥିଭାବେ ଓଲିଉଡ୍‍ ସୁପରଷ୍ଟାର୍‍ ସବ୍ୟସାଚ୍ଚୀ ମିଶ୍ର, ‘ବିଶ୍ୱ ଓଡ଼ିଶା ସମାଜ’ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଏବଂ ଟାଟା

ପାୱାରର ସିଭିଓ ବ୍ରହ୍ମାନନ୍ଦ ଦଣ୍ଡପାଟ ପ୍ରମୁଖ ଯୋଗଦେବେ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking