28.1 C
Bhubaneswar
Friday, April 26, 2024
Homeକରୋନାଦିଲ୍ଲୀରେ ଆଜି ୭୪୩୭ କରୋନା ସଂକ୍ରମିତ; ୨୪ ଜଣଙ୍କ ମୃତ୍ୟୁ

ଦିଲ୍ଲୀରେ ଆଜି ୭୪୩୭ କରୋନା ସଂକ୍ରମିତ; ୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିଚାଲିଛି । ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ୭୪୩୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ବୁଧବାର ୫୫୦୬ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ୧ ଏପ୍ରିଲରେ ଏହା ୨୭୯୦ ଥିବା ବେଳେ ୨ ଏପ୍ରିଲରେ ୩୫୯୪, ୩ ଏପ୍ରିଲରେ ୩୫୬୭, ୪ ଏପ୍ରିଲରେ ୪୦୩୩, ୫ ଏପ୍ରିଲରେ ୩୫୪୮, ୬ ଏପ୍ରିଲରେ ୫୧୦୦ ଓ ୭ ଏପ୍ରିଲରେ ୫୫୦୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ୟନ୍ତ ଦିଲ୍ଲୀରେ ୬୯୮୦୦୮ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୧୧୧୫୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ସହରରେ ୨୩୧୮୧ ଜଣ ଚିକିତ୍ସିତ ଥିବା ବେଳେ ୪୨୨୬ କଣ୍ଟେନମେଣ୍ଟ ଜୋନ ରହିଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୩୦ ଏପ୍ରିଲ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking