30.1 C
Bhubaneswar
Sunday, May 5, 2024
Homeଓଡିଶାଅବ୍ୟବହୃତ  ସରକାରୀ ସମ୍ପତ୍ତିମିଶନ ଶକ୍ତି ମହାସଂଘ ମାନଙ୍କୁ  ଦୁଇ ମାସ ମଧ୍ୟରେ  ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ...

ଅବ୍ୟବହୃତ  ସରକାରୀ ସମ୍ପତ୍ତିମିଶନ ଶକ୍ତି ମହାସଂଘ ମାନଙ୍କୁ  ଦୁଇ ମାସ ମଧ୍ୟରେ  ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

 

ଭୁବନେଶ୍ୱର: ରାଜ୍ୟର  ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତି କୁ  ସମ୍ପୃକ୍ତ ଜିଲ୍ଲା ର  ଜିଲ୍ଲା ,ବ୍ଳକ  ଓ ପଞ୍ଚାୟତ ସ୍ତରରେ ଥିବା  ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ  ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଳ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

 

ଆମର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ  ଜିଲ୍ଲା ମାନଙ୍କ ରେ  ରହିଛି  ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି  ଯଥା ସରକାରୀ କୋଠା ,ଦୋକାନ ଘର  ଗଡ଼ିଆ ପୋଖରୀ  ଇତ୍ୟାଦି। ।ଏଗୁଡିକୂ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତ ରେ ଥିବା  ମିଶନ ଶକ୍ତି  ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳ ର ସାମାଜିକ ଓ ଆର୍ଥିକ ବିକାଶ ରେ  ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ ।ମିଶନ ଶକ୍ତି ର ମା ମାନେ ତାକୁ ଆଥିର୍କ କାର୍ଯ୍ୟ ରେ ଲଗାଇ ପାରିବେ ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାର ର ପ୍ରାଥମିକତା ରହିଆସିଛି ।ମିଶନ ଶକ୍ତି ଆଜି ପରିବର୍ତନର କର୍ଣଧାର ହୋଇଛି । ମା ମାନଙ୍କ ର ଏହି ନୀରବ ଆନ୍ଦୋଳନ କୁ ଆହୁରି ମଜବୁତ କରିବା ରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ମିଶନ ଶକ୍ତି କୁ ଏକ ସ୍ବତନ୍ତ୍ର ବିଭାଗ ର ମାନ୍ୟତା ଦେଇଛନ୍ତି ।

।ଆମର ସତୁରୀ ଲଷ ମା ମାନଙ୍କୁ ସଶକ୍ତ କରିବାରେ ଏହି ଆହୁରି ଦଷତା ର ସହ ସେବା ଯୋଗାଇବ  ବୋଲି ଆଶା କରାଯାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking