30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିନା ସର୍ତ୍ତରେ ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା ଯବାନ ରାକେଶ୍ୱର ସିଂହ

ବିନା ସର୍ତ୍ତରେ ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା ଯବାନ ରାକେଶ୍ୱର ସିଂହ

ବିଜାପୁର: ବିଜାପୁରରେ ୬ ଦିନ ପୂର୍ବରୁ ଅପହରଣ ହୋଇଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମାଓବାଦୀମାନେ ମୁକ୍ତ କରିଛନ୍ତି । କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ଛାଡିବା ପାଇଁ ମଧ୍ୟସ୍ଥତା ଟିମ ଗଠନ କରିଥିଲେ ମାଓବାଦୀ । ଏଥିରେ ପଦ୍ମଶ୍ରୀ ଧର୍ମପାଣୀ ସୈନୀ, ଗୋଣ୍ଡବାନା ସମାଜର ତେଲମ ବୌରିଆ ସାମିଲ ରହିଥିଲେ । ଶହ ଶହ ଗାଁ ଲୋକଙ୍କ ଉପସ୍ଥିତିରେ ରାକେଶ୍ୱର ସିଂହ ମନହାସକୁ ଛାଡି ଦେଇଛନ୍ତି । ମାଓବାଦୀ ତାଙ୍କୁ ମୁକ୍ତ କରିବା ପରେ ବାସାଗୁଡା କ୍ୟାମ୍ପରେ ପହଂଚିଛନ୍ତି । ସିଆରପିଏଫ ଡିଜି ମନହାସ ପହଂଚିଥିବା ସ୍ପଷ୍ଟ କରିଛନ୍ତି । ରାକେଶ୍ୱର ସିଂହ ମନହାସଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ହୋଇଛି । ଯବାନଙ୍କୁ ମୁକ୍ତ କରାଇବା ପାଇଁ ମଧ୍ୟସ୍ଥତା କରାଇବାକୁ ଯାଇଥିବା ଦୁଇ ଟିମ ବସ୍ତରର ୭ ଜଣ ସାମ୍ବାଦିକଙ୍କୁ ବି ମାଓବାଦୀଙ୍କ କବଜାରୁ ମୁକ୍ତ ହୋଇଛନ୍ତି । ଖବର ମୁତାବକ, ଜମ୍ମୁରେ ଯବାନ ରାକେଶ୍ୱର ସିଂହଙ୍କ ମୁକ୍ତ ନେଇ ଖବର ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ପତ୍ନୀ ମିନୁ କହିଛନ୍ତି, ତାଙ୍କ ସ୍ୱାମୀ ସୁରକ୍ଷିତ ଭାବରେ ଫେରିଥିବା ଖବର ସେ ପାଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ତେବେ ତାଙ୍କୁ ମାଓବାଦୀମାନେ ବିନା ସର୍ତ୍ତରେ ଛାଡି ଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking