38.1 C
Bhubaneswar
Friday, April 26, 2024
Homeଅପରାଧଦାରିଦ୍ର‌୍ୟ : କାମ ବନ୍ଦ ନ କରିବାକୁ ଋତୁଶ୍ରାବ ବନ୍ଦ ପାଇଁଁ ଗର୍ଭାସୟ କାଢ଼ିଛନ୍ତି ୩୦...

ଦାରିଦ୍ର‌୍ୟ : କାମ ବନ୍ଦ ନ କରିବାକୁ ଋତୁଶ୍ରାବ ବନ୍ଦ ପାଇଁଁ ଗର୍ଭାସୟ କାଢ଼ିଛନ୍ତି ୩୦ ହଜାର ମହିଳା

ନାଗପୁର: ଚାଷୀଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଘଟଣା ଓ ସମସ୍ୟା ଶୁଣିବାକୁ ମିଳିଥାଏ । ହେଲେ ଏଭଳି ଏକ ଘଟଣା ଘଟୁଥିବା କେହି ହଠାତ ବିଶ୍ୱାସ କରିବା ସମ୍ଭବ ନୁହେଁ । କିନ୍ତୁ ଘଟଣାଟି ସତ ବୋଲି ଦାବି କରାଯାଉଛି । ମହାରାଷ୍ଟ୍ରରେ ଗରୀବ ଏତେଦୂର ବ୍ୟାପୀଛି ଯେଉଁଥିରେ ମୂଲ ଲାଗୁଥିବା ଚାଷୀ ପରିବାରର ମହିଳାମାନେ ଶେଷରେ ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କୁ ନିଜର ଗର୍ଭାସୟକୁ କାଢ଼ିବାକୁ ହେଉଛି ।
ଚାଷୀ ଆତ୍ମହତ୍ୟା କରିବା କିଛି ନୂଆ କଥା ନୁହେଁ । କେତେବେଳେ ବ୍ୟାଙ୍କରୁ ଋଣ ଆଣି ଚାଷ କାର୍ଯ୍ୟରେ ଲଗାଇଥିବା, ଫସଲ ହାନୀ ତ ଆଉ କେତେବେଳେ ନେଡ଼ାପୋକ ଆକ୍ରମଣରେ ଫସଲ ଉଜୁଡ଼ିଯିବା କାରଣରୁ ଚାଷୀ ଆତ୍ମହତ୍ୟା କରିଥିବା ନଜିର ଅଛି । କିନ୍ତୁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା । ମହିଳାମାନେ ମଜୁରୀ ପାଇଁ ଅସ୍ତ୍ରୋପଚାର ସାହାଯ୍ୟରେ ନିଜର ଗର୍ଭାଶୟ କାଢ଼ିଦିଅନ୍ତି । ରିପୋର୍ଟ ଅନୁସାରେ ଜଣେ ନୁହେଁ କି ଦୁଇଜଣ ନୁହେଁ ୩୦ ହଜାର ମହିଳା ଏପରି କରିଥିବା ଜଣାପଡ଼ିଛି । ମହିଳାମାନେ ସେମାନଙ୍କ ଋତୁସ୍ରାବ ସମୟରେ ମାତ୍ର ୪ ଦିନ କାମକୁ ଯିବା ବନ୍ଦ ନ କରିବା ପାଇଁ ସେମାନେ ଏହି ଉପାୟ ଅବଲମ୍ବନ କରିଥିବା ଜଣାପଡ଼ିଛି ।
ପାରିଶ୍ରମିକରୁ ବଂଚିତ ହୋଇ ପାରିବାର ଚଳାଇବା ପାଇଁ କଷ୍ଟକର ହୋଇପଡୁଥିବାରୁ ସେମାନେ ଗର୍ଭାସହ ବାହାର କରିଦିଅନ୍ତି ବୋଲି କଂଗ୍ରେସ ଦଳର ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ନୀତିନ ରାଉତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ଏହି ସୂଚନା ଦେଇଛନ୍ତି । ଏ ବିଷୟରେ ପଦକ୍ଷେପ ନେବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ବିଶେଷ କରି ଆଖୁ କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ପାଇଁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି ନିଜର ପେଟ ପୋଶିବା, ପରିବାର ଚଳିବା ବା ଏପରି ପନ୍ଥା ଆପଉଣାଉଥିବା ମହିଳାଙ୍କ ପାଇଁ ଯୁଦ୍ଧ କାଳୀନ ଭିତିରେ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking