28.1 C
Bhubaneswar
Friday, March 29, 2024
Homeଓଡିଶାପିପି ଏକାଡେମି ୧୯୮୯ ବ୍ୟାଚ ର ବନ୍ଧୁ ମିଳନ

ପିପି ଏକାଡେମି ୧୯୮୯ ବ୍ୟାଚ ର ବନ୍ଧୁ ମିଳନ

 
ବଲାଙ୍ଗୀର,(ଦେବାଶିଷ ମିଶ୍ର) – ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚ୍‌ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିବଙ୍ଗତ ଶିକ୍ଷକ ଓ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୂରାତନ ଛାତ୍ର ମାନଙ୍କ ମଧ୍ୟରେ ପରିଚୟ ପ୍ରଦାନ ଓ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୋଗରେ ପୀଡିତ ଥିବା ପୁରାତନ ଛାତ୍ର ଓ ଶିକ୍ଷକ ମାନଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ଦଳ ଭୋଜି କରିବାକୁ ଯାଇ ଭୋଜିସ୍ଥଳକୁ ଯାଇ ମଇଳା ଆବର୍ଜନାରେ ପୂର୍ଣ୍ଣ କରିଦେଉଛନ୍ତି । ତେଣୁ ବନ୍ଧୁମିଳନ ଭୋଜି ପରେ ପରିବେଶକୁ ସଫାସୁତୁରା କରିବା ଉଦ୍ଦେଶ୍ୟରେ ପୋଲିଥିନ ଓ ଅନ୍ୟାନ୍ୟ ମଇଳାଆବର୍ଜନାକୁ ପୋଡି ସଫା କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଉକ୍ତ ସ୍ଥାନକୁ ସଫାସୁତୁରା କରିବା ଦିଗରେ ପୁରାତନ ଛାତ୍ର ମାନେ କାମ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରାୟ ୧ଠଠଜଣ ପୂରାତନ ଛାତ୍ର ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking